viral video
ଭାଇ,ଭଉଣୀଙ୍କର ସମ୍ପର୍କ ଖୁବ୍ ପବିତ୍ର । ରକ୍ତର ଏଇ ସମ୍ପର୍କରେ ରାଗ ରୁଷା, ମାନ ଅଭିମାନ, ପ୍ରେମ, ଭଲପାଇବା ସବୁ ରହିଥାଏ । ଭାଇ ସାନ ହେଉ କି ବଡ, ଭଉଣୀ ପାଇଁ ସେ ସବୁବେଳେ ସାହସ । ଆଉ ଭଉଣୀ ମଧ୍ୟ ମା’ ପରି ସାନଭାଇ ଭଉଣୀଙ୍କର ଯତ୍ନ ନେଇଥାଏ । ନିକଟରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇଭଉଣୀଙ୍କ ସୁରକ୍ଷା ପାଇଁ ଗାଡ଼ି ସାମ୍ନାରେ ଛିଡ଼ା ହୋଇଯାଉଛି ଏକ କୁନି ଭଉଣୀ ।
ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳୁଛି, ଏକ କନଷ୍ଟ୍ରକସନ୍ ସାଇଟରେ ତିନି ଭାଇଭଉଣୀ ବାହାରେ ବୁଲୁଛନ୍ତି । ଆଉ ସେତିକି ବେଳେ ସାମ୍ନା ପଟୁ ଏକ ଛୋଟ ଜେସିବି ମାଡ଼ି ଆସୁଛି । ଗାଡ଼ିକୁ ଦେଖିବା ମାତ୍ରେ କୁନି ଝିଅଟି ଭାଇଭଉଣୀଙ୍କ ପାଇଁ ଦୁଇ ହାତ ଖୋଲି ଛିଡ଼ା ହୋଇଯାଉଛି । ଆଉ ଗାଡ଼ିକୁ ଇସାରା କରି ରୋକିବାକୁ କହୁଛି । ଗାଡ଼ି ରହିଯିବା ପରେ ଦୁଇ ସାନ ସାନ ଭାଇଭଉଣୀଙ୍କୁ ଘର ଭିତରକୁ ନେଇଯାଉଛି । ଆଉ ଗାଡ଼ି ଚାଲିଯିବା ପରେ ପୁଣି ସମସ୍ତେ ବାହାରକୁ ଆସୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଥିବା ବେଳେ ଏହି ଯିଏ ଦେଖୁଛି ଖୁସି ହୋଇଯାଉଛି ।
ଅଧିକ ପଢ଼ନ୍ତୁ: କୁମ୍ଭୀର ଡ୍ରେସ ପିନ୍ଧି ସତ କୁମ୍ଭୀର ପାଖରେ ଶୋଇଛି ମଣିଷ, ତା ଗୋଡ଼କୁ ବି ଟାଣିଦେଉଛି ! ଦେଖନ୍ତୁ ଭିଡିଓ
କୁନି ଝିଅର ନିଜ ଭାଇଭଉଣୀଙ୍କ ପ୍ରତି ଥିବା ସ୍ନେହ ଓ ଭଲ ପାଇବା ଏଠି ଦେଖିବାକୁ ମିଳିଛି । ଲୋକମାନେ ଭିଡିଓକୁ ବହୁ ସଂଖ୍ୟାରେ ସେୟାର କରୁଛନ୍ତି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଏହି କ୍ଲିପଟିକୁ ଟ୍ୱିଟରରେ "IamSuVidha" ନାମକ ଜଣେ ୟୁଜର ସେୟାର କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671101942.jpg)