Advertisment

ମଦ ବିକି ସରକାର ମାଲେମାଲ୍, ନବୀନଙ୍କ ତୃତୀୟରୁ ପଞ୍ଚମ ପାଳିରେ ବଢିଛି ୩୬୮ ପ୍ରତିଶତ ଆୟ

ରାଜ୍ୟରେ ବଢି ଚାଲିଛି ମଦ ଦୋକାନ ସଂଖ୍ୟା। ଏବେ ରାଜ୍ୟରେ ୧୭୪୯ଟି ଦେଶୀ ଏବଂ ୬୭୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି। ସେହିପରି ୪୬ଟି ବିୟର ପାର୍ଲର, ୧୯ଟି କ୍ଳବ୍ ଅନ୍, ୩୫ଟି ମିଲିଟାରୀ କ୍ୟାଣ୍ଟିନ୍, ୫୧ଟି ତାଡି ଦୋକାନ ସହ ୨ଟି ପାଚୋଇ ଦୋକାନ ମଧ୍ୟ ରହିଛି।

ଅଦ୍ୟତନ ହୋଇଛି
undefined

Liquor Revenue

Advertisment

ମଦକୁ ପ୍ରୋତ୍ସାହନ ଦେଉଛନ୍ତି କି ରାଜ୍ୟ ସରକାର? କାହିଁକି ନା ହୁହୁ ହୋଇ ବଢି ଚାଲିଛି ଅବକାରୀ ରାଜସ୍ୱ । ୧୦ ବର୍ଷରେ ବଢିଛି ୩୬୮ ପ୍ରତିଶତ।ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରରୁ ଆସିଛି ଏମିତି ତଥ୍ୟ। ଏଥିରେ କୁହାଯାଇଛି ୨୦୧୨ରେ ୧୩୭୯ କୋଟି ୯୧ ଲକ୍ଷ ଥିବା ବେଳେ, ୨୦୨୨-୨୩ରେ ଅବକାରୀ ଆୟ ପହଞ୍ଚିଛି ୬ ହଜାର ୪୫୫ କୋଟି ୬ ଲକ୍ଷରେ । ଆଉ ଚଳିତ ବର୍ଷ ଅବକାରୀ ଆୟ ୭ ହଜାର ୮୦୦ କୋଟି ଟଙ୍କା ଲକ୍ଷ୍ୟ ରଖିଥିବା ଆଉ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ । ବଡ଼କଥା ହେଲା ବର୍ଷକୁ ଆୟ ଏତେ ହେଉଥିବା ବେଳେ ଗତ ୧୭ ବର୍ଷରେ ସଚେତନତା ପାଇଁ ନିଶା ମୁକ୍ତି ଅଭିଯାନ ଜରିଆରେ ଖର୍ଚ୍ଚ କରିଛନ୍ତି ମାତ୍ର ୧୦ କୋଟି ୪୨ ଲକ୍ଷ ଟଙ୍କା। ଏଥିରୁ ସ୍ପଷ୍ଟ ହେଉଛି ନିଶା ମୁକ୍ତି ଅଭିଯାନ ପ୍ରତି ସରକାରଙ୍କ ଦରଦ ଆଉ ଇଚ୍ଛାଶକ୍ତି କେତେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମଦ ବିରୋଧୀ ସଂଗଠନ ।

Advertisment

ଏପଟେ ରାଜ୍ୟରେ ବଢି ଚାଲିଛି ମଦ ଦୋକାନ ସଂଖ୍ୟା। ଏବେ ରାଜ୍ୟରେ ୧୭୪୯ଟି ଦେଶୀ ଏବଂ ୬୭୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି। ସେହିପରି ୪୬ଟି ବିୟର ପାର୍ଲର, ୧୯ଟି କ୍ଳବ୍ ଅନ୍, ୩୫ଟି ମିଲିଟାରୀ କ୍ୟାଣ୍ଟିନ୍, ୫୧ଟି ତାଡି ଦୋକାନ ସହ ୨ଟି ପାଚୋଇ ଦୋକାନ ମଧ୍ୟ ରହିଛି। ସାଂଘାତିକ କଥା ହେଲା ଏତେ ସବୁ ଦୋକାନ ସତ୍ତ୍ୱେ ଚୋରା ମଦ କାରବାର ବି ବଢି ବିଢି ଚାଲିଛି । ୨୦୨୦ରୁ ଆଜି ଯାଏଁ, ସାଢେ ୩ ବର୍ଷରେ ୧ ଲକ୍ଷ ୫୬ ହଜାର ୪୧୩ ମାମଲାରେ ଲକ୍ଷେ ୨୫ ହଜାର ୭୦୨ ଜଣ ଗିରଫ ହୋଇଛନ୍ତି । ପ୍ରଶ୍ନ ଉଠୁଛି କାହିଁକି ଆଉ କେମିତି ବଢୁଛି ଚୋରା ମଦ କାରବାର। ଯାହାକୁ ନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିରୋଧୀ।

ଅନେକ ସମୟରେ ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଛି । ମଦ ଦୋକାନ ମଧ୍ୟ ଭାଙ୍ଗିଛନ୍ତି ମହିଳା । ତଥ୍ୟ କହୁଛି ରାଜ୍ୟରେ ବିଷାକ୍ତ ମଦ ପିଇ ୨୮୭ ଲୋକଙ୍କର ଜୀବନ ଯାଇଥିବା ବେଳେ ୧୧ଟି ତଦନ୍ତ କମିଶନ ବସେଇଛନ୍ତି ସରକାର। ହେଲେ ବିଡମ୍ୱନାର କଥା କୌଣସି ବି ତଦନ୍ତ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରୁନାହାନ୍ତି ସରକାର।

Advertisment
Odisha Liquor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ