Advertisment

ମାଲକାନଗିରିକୁ ଆକାଶମାର୍ଗରେ ଯୋଡିବାକୁ ବ୍ୟଗ୍ର ହେଲେ ଭୁଲିଗଲେ ରେଳ କଥା !

ଅନୁଦାନ ସତ୍ତ୍ୱେ ୭ବର୍ଷ ପରେ ବି ଉଧୋଉନି ଜୟପୁର-ମାଲକାନଗିରି- ନବରଙ୍ଗପୁର ନୂଆ ଲାଇନ୍ ପ୍ରକଳ୍ପ, ଇଞ୍ଚେ ବି ଜମି ଦେଇ ପାରିଲେନି ରାଜ୍ୟ ସରକାର, ତେଜିଲା ରାଜନୀତି ।

Malkangiri

Malkangiri

Advertisment

ମାଲକାନଗିରିକୁ ଆକାଶ ମାର୍ଗରେ ଯୋଡ଼ିବାକୁ ବ୍ୟଗ୍ର, ହେଲେ ସେଠି ରେଳ ଗଡ଼ିବା କଥା ପାଶୋରି ଯାଇଛନ୍ତି ରାଜ୍ୟ ସରକାର। ନବରଙ୍ଗପୁରକୁ ଟ୍ରେନ୍ ଗଡ଼ିବା ସ୍ୱପ୍ନ ସତ ହେବ କି ନାହିଁ, ତାକୁ ନେଇ ବି ସନ୍ଦେହ। ୨୦୧୬ରୁ ୨୦୨୪। ପ୍ରତି ଥର ରେଳ ବଜେଟରେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ଅର୍ଥ ବରାଦ ହେଉଛି ହେଲେ ପ୍ରକଳ୍ପ ଉଧୋଉନି।

Advertisment

ତଥ୍ୟ କହୁଛି ୧୨୮ କିଲୋମିଟର ଲମ୍ବ ଏହି ନୂଆ ରେଳପଥ ପାଇଁ ୨୦୧୬ରେ ହୋଇଥିଲା କେନ୍ଦ୍ର-ରାଜ୍ୟ ଚୁକ୍ତି। ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବା ସହ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବାକୁ କହିଥିଲେ। ମାଲକାନଗିରି ଜିଲ୍ଲାରେ ୮୦ କିଲୋମିଟର ଲାଇନ୍ ପାଇଁ ୭୧୩ ଏକର ଘରୋଇ, ୨୫୨ ଏକର ସରକାରୀ ଓ ୮୮୦ ଏକର ଜଙ୍ଗଲ ଜମି ଦରକାର। ଜିଲ୍ଲାର ଖଇରୁପଟ, ମାଥିଲି ଓ ମାଲକାନଗିରି ବ୍ଲକର ୪୨ଟି ଗାଁ ଦେଇ ଟ୍ରେନ୍ ଯିବ। କିନ୍ତୁ ପ୍ରକଳ୍ପ କେବଳ ସର୍ଭେରେ ଅଟକିଛି।

୭ବର୍ଷ ପରେ ବି ଅଧିଗ୍ରହଣ ହୋଇନି ଇଞ୍ଚେ ସୁଦ୍ଧା ଜମି। ସେମିତି ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲ୍ଲାରେ ଜମି ଅଧିଗ୍ରହଣ ସରିଥିବା କୁହାଯାଉଥିବାବେଳେ କୋରାପୁଟର ଜୟପୁର ଓ ବୋରିଗୁମ୍ମା ତହସିଲର ୨୦ଟି ଗାଁରେ ଏ କାମ ଅଧପନ୍ତରିଆ। ଏଣେ ଜଣକ ପରେ ଜଣେ ଭୂ-ଅର୍ଜନ ଅଧିକାରୀ କିନ୍ତୁ ବଦଳି ଚାଲିଛନ୍ତି। 

Advertisment

ତିନିଟି ଜିଲ୍ଲା ପାଇଁ ଜଣେ ମାତ୍ର ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ନିଯୁକ୍ତି-ପ୍ରକଳ୍ପ କଚ୍ଛପ ଗତିର କାରଣ ସାଜିଥିବା ଅଭିଯୋଗ ହୋଇଛି। ତେଣେ ନବରଙ୍ଗପୁର ଓ ମାଲକାନଗିରି ବାସୀ କହିଲେଣି- ଆମ ଜୀବଦଶାରେ ଟ୍ରେନ୍ ଦେଖିଲା ଭଳି ଲାଗୁନି।

ସେପଟେ ଏ ରେଳପଥର କଚ୍ଛପ ଗତିକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ସ୍ଥାନୀୟ ନେତା। ବିଜେପି ଅଭିଯୋଗ କରିଛି- କେନ୍ଦ୍ରପ୍ରତି ବଜେଟ୍ ରେ ବ୍ୟୟ ବରାଦ କରୁଛି, ହେଲେ ରାଜ୍ୟ ଇଞ୍ଚେ ବି ଜମି ହସ୍ତାନ୍ତର କରିନି। କଂଗ୍ରେସ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ବିଜେଡି କେନ୍ଦ୍ର ଅବହେଳା ଆଳ ଦେଖାଇ ସବୁଦୋଷ ରେଳ ବିଭାଗ ମୁଣ୍ଡକୁ ଠେଲିଛି।

Advertisment

ଏବେ ଅପେକ୍ଷା କେତେଶୀଘ୍ର ସରୁଛି ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ ପ୍ରକ୍ରିୟା।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ