Advertisment

କାର୍ତ୍ତିକ ପୂର୍ଣ୍ଣିମା ପରଦିନ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ

ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ୨୮ ତାରିଖରେ ଲେଜର ସ୍କାନିଂ କରାଯିବ । ଟେକ୍ନିକାଲ କମିଟି ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Ratna Bhandar

Ratna Bhandar

Advertisment

ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ୨୮ ତାରିଖରେ ଲେଜର ସ୍କାନିଂ କରାଯିବ । ଟେକ୍ନିକାଲ କମିଟି ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ମୁଖ୍ୟ ପ୍ରଶାସକ କହିଛନ୍ତି, ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଦରକାର ହେଲେ ଭିତର ପଟ ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ। ରିପୋର୍ଟ ପାଇବା ପରେ ମରାମତି ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ।

Advertisment

ସୂଚନା ଅନୁସାରେ ଆଜି ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନ ଭଣ୍ଡାରର ଲେଜର ସ୍କାନିଂକୁ ଏଏସ୍‌ଆଇକୁ ଅନୁମତି ଦିଆଯାଇଥିଲା । ସେହିପରି ହାଇ ଲେବୁଲ କମିଟି ଗଠନ ନେଇ ନିଷ୍ପତ୍ତି ହୋଇନି। ପ୍ରଥମେ ଲେଜର ସ୍କାନିଂ ପରେ ଆମକୁ ଆଗକୁ ବଢ଼ିବୁ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Advertisment
Odisha Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ