Advertisment

କାହିଁକି ଥାଏ ବାଘ ଶରୀରରେ କଳା କଳା ଦାଗ; ସାମ୍ନାକୁ ଆସିଲା ବିଜ୍ଞାନ ସମ୍ମତ କାରଣ

ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ?

ଅଦ୍ୟତନ ହୋଇଛି
Black Strip In Tigers Skin

black strip in tigers skin

Advertisment

ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ? ବୋଧହୁଏ କାହା ପାଖରେ ଏହାର ଉତ୍ତର ନାହିଁ। ତେବେ କିଛି କିଛ ପ୍ରଶ୍ନର ଉତ୍ତର ଏବେ ସାମ୍ନାକୁ ଆସୁଛି। ଏତେ ସବୁ ପ୍ରଶ୍ନ ଭିତରେ କେବେ ମନକୁ ଆସିଛି ବାଘ ଶରୀରରେ କଳା କଳା ପଟ୍ଟି କାହିଁକି ଥାଏ ? ଏ ପ୍ରଶ୍ନର ଉତ୍ତର ଏବେ ସାମ୍ନାକୁ ଆସିଛି।

Advertisment

ଏକଥା ସତ ଯେ, ପ୍ରତ୍ୟେକ ଜୀବ ପାଖରେ ଏମିତି କିଛି ସ୍ୱତନ୍ତ୍ରତା ଥାଏ ଯାହା ତାହାର ଅସ୍ତିତ୍ୱକୁ ରକ୍ଷା କରିବାରେ ସହାୟତା କରିଥାଏ। ଯେମିତି ହରିଣର ପାଦ ଏବଂ ତାର ଶରୀରର ଗଠନ ତାକୁ ତୀବ୍ର ଗତିରେ ଦୌଡିବାରେ ସାହାଯ୍ୟ କରଥାଏ। ସେହିପରି ଶୀକାରି ମୁହଁରୁ ବର୍ତ୍ତିବା ପାଇଁ ପାଣ୍ଡାର ଶରୀରରେ କଳାଧଳା ରଙ୍ଗର ଚିହ୍ନ ଥାଏ। ତେବେ ବାଘର ଶରୀରରେ କାହିଁକି କଳା ପଟ୍ଟି ରହିଥାଏ ? ଏଥିରେ କ’ଣ ବିଶେଷତା ରହିଛି ? ଏହାପଛରେ କ’ଣ ରହିଛି ବୈଜ୍ଞାନିକ ସମ୍ମତି।

କଥା ହେଲା, ଲୁଚି ଲୁଚି ଶିକାର କରିବାର ପ୍ରବୃତ୍ତି ବାଘର ରହିଛି। ବିଶେଷକରି ସକାଳୁ କିମ୍ବା ମୁହଁ ସଞ୍ଜବେଳେ ବାଘ ଶିକାର କରିଥାଏ। ଯେହେତୁ ଲୁଚି ଲୁଚି ଶିକାର କରିବାର ଅଭ୍ୟାସ ବାଘର ରହିଛି ତେଣୁ ଘାସବୁଦା ପଛରେ ହେଉ ବା ଘଞ୍ଚ ଜଙ୍ଗଲ ଭିତରେ ହେଉ, ନାରଙ୍ଗୀ ଶରୀର ଉପରେ ଏହି କଳା ଦାଗ ତାକୁ ଛପିବାରେ ସାହାଯ୍ୟ କରିଥାଏ। ଜଣେ ଦେଖିଲେ ବି ରଙ୍ଗ ଆଉ ଚିହ୍ନ ଯୋଗୁ ନଜରରୁ ଖସି ଯାଇଥାଏ ବାଘ।

Advertisment

ଖାଦ୍ୟ ଶୃଙ୍ଖଳରେ ଶୀର୍ଷ ଶିକାରୀ ହୋଇଥିବାରୁ ବାଘକୁ ଲୁଚିବାର ଆବଶ୍ୟକତା ନାହିଁ। ବାଘ ମାଂସାସୀ ଜୀବ ଅଟେ ଏବଂ ସଫଳତାର ସହ ନିଜର ଶିକାର କରିବା ପାଇଁ ସେ ନିଜ ଶରୀରକୁ ଲୁଚାଇ ରଖିଥାଏ। ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ, ପଶୁମାନଙ୍କର ରେଶମୀ ପରଯୁକ୍ତ ଶରୀର, ଆକର୍ଷଣୀୟ ପଟ୍ଟି ଦ୍ୱାରା ସେମାନେ ନିଜର ସାଥୀଙ୍କୁ ଆକର୍ଷିତ କରିଥାନ୍ତି। ଯେମିତି ମୟୂରର ପୁଛ କିମ୍ବା ସିଂହର କେଶର। ହେଲେ ବାଘ ପିଠିରେ ଥିବା କଳା କଳା ପଟ୍ଟି  ନିଜକୁ ଲୁଚାଇବା ପାଇଁ ସାହାଯ୍ୟ କରିଥାଏ।

ସବୁଠାରୁ ମଜା କଥା ହେଉଛି, ବାଘର ଯେଉଁ ଅଂଶରେ କଳା ପଟ୍ଟି ରହିଥାଏ କେବଳ ସେହି ସ୍ଥାନର ଲୋମ କଳା ହୋଇ ନ ଥାଏ ବରଂ ସେହିସ୍ଥାନର ତ୍ୱଚା ବି କଳା ହୋଇଥାଏ। ପୁଣି ଏହି କଳା ପଟ୍ଟି ପ୍ରତ୍ୟେକ ବାଘର ଶରୀରରେ ଭିନ୍ନ ଭିନ୍ନ ଡିଜାଇନର ହୋଇଥାଏ। ଏହି ଡିଜାଇନକୁ ଦେଖି ବନ ବିଭାଗ ସେମାନଙ୍କୁ ଚିହ୍ନଟ କରିଥାଏ । ଜନଗଣନା ବେଳେ ମଧ୍ୟ ଏହି ଭିନ୍ନତା ସାହାଯ୍ୟ କରିଥାଏ। ବାଘର ୬ଟି ଉପପ୍ରଜାତି ରହିଛି ଏବଂ ସେମାନଙ୍କ ଶରୀର ପଟ୍ଟି ଭିନ୍ନ ଭିନ୍ନ ପ୍ରକାରର। ସୁମାତ୍ରାର ବାଘ ଶରୀରରେ ପଡିଥିବା ଚାପା ପତଳା ଏବଂ  ଅଧିକ ସଂଖ୍ୟାରେ ଥାଏ। ଯଦ୍ୱାରା ଜଙ୍ଗଲରେ ଲୁଚିବା ପାଇଁ ଏହା ତାକୁ ସାହାଯ୍ୟ କରିଥାଏ। 

Advertisment

ତଥାପି କିଛି ବାଘଙ୍କର ରଙ୍ଗ ଧଳା ହୋଇଥାଏ। ହେଲେ ସେମାନଙ୍କର ସଂଖ୍ୟା ବହୁତ କମ୍। କିଛି ବେଙ୍ଗଲ ଟାଇଗରଙ୍କ ଶରୀରରେ ଜେନେଟିକ ମ୍ୟୁଟେଶନ କାରଣରୁ ଏହି ପଟ୍ଟି ଗାଏବ ହୋଇଯାଇଥାଏ। ଅନେକ ସମୟରେ ଏମାନଙ୍କୁ ପର୍ଯ୍ୟଟନ ବିଭାଗ ଧରି ନେଇ ସଂରକ୍ଷିତ ଜଙ୍ଗଲରେ ରଖି ଦେଇଥାନ୍ତି। ଏପରି ରଙ୍ଗ ଯୋଗୁ ଧଳା ବାଘ ପାଇଁ ଶିକାର କରିବା  ମୁସ୍କିଲ ହୋଇପଡିଥାଏ। ଅନ୍ୟପକ୍ଷେ ସେମାନଙ୍କ ଗର୍ଭରୁ ଜାତ ସନ୍ତାନ ମଧ୍ୟ ସୁସ୍ଥସବଳ ହୋଇ ନ ଥାନ୍ତି।

ଏହି କଳାପଟ୍ଟି ବାଘ ଏକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । କାରଣ ବାଘର ଏହି ପଟ୍ଟି ତାର ସୌନ୍ଦର୍ଯ୍ୟକୁ ବଢାଇଥାଏ ଏବଂ ଏହି ସୁନ୍ଦର ଚମଡା ଲାଗି ମଣିଷ ତାକୁ ଶିକାର କରିଥାଏ।

Tiger Spotted Wild Animals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ