ଚଳନ୍ତା କାର୍‌ରେ ସୁଇମିଂ ପୁଲ୍ କରି ଫସିଲେ ୟୁଟ୍ୟୁବର୍ ! ଏବେ ଭୋଗିବେ ଦଣ୍ତ...

ଚଳନ୍ତା କାର୍‌ରେ ସୁଇମିଂ ପୁଲ୍ । କଥାଟା ଟିକେ ଅଜବ ଲାଗୁଥିଲେ ବି ସତ । ଏମିତି କରିଛନ୍ତି କେରଳର ଜଣେ ୟୁଟ୍ୟୁବର୍ ସଞ୍ଜୁ ଟେକ୍କି । 

YouTuber Sanju Techy

ଆଶ୍ଚର୍ଯ୍ୟ ! ଚଳନ୍ତା କାର୍‌ରେ ସୁଇମିଂ ପୁଲ୍ । କଥାଟା ଟିକେ ଅଜବ ଲାଗୁଥିଲେ ବି ସତ । ଏମିତି କରିଛନ୍ତି କେରଳର ଜଣେ ୟୁଟ୍ୟୁବର୍ ସଞ୍ଜୁ ଟେକ୍କି । ଏହି ୟୁଟ୍ୟୁବର୍ ଚଳନ୍ତା କାର ଭିତରେ ଏକ ସୁଇମିଂ ପୁଲ୍ ତିଆରି କରିଛନ୍ତି । ତେବେ ଏହାର ଭିଡିଓଟି ସଞ୍ଜୁ ଟେକ୍କିଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରାଯାଇଛି । ଭିଡ଼ିଓଟି ପୋଷ୍ଟ ହେବା ପରେ ସାଙ୍ଗେ ସାଙ୍ଗେ ଭାଇରାଲ ହୋଇଥିଲା । 

ଭିଡିଓରେ ସଞ୍ଜୁ ଏବଂ ତାଙ୍କ ସାଙ୍ଗମାନେ ବ୍ୟସ୍ତବହୁଳ ରାସ୍ତାରେ ଗାଡି ଚଳାଇବା ସମୟରେ ପାଣି ଭର୍ତ୍ତି କାରରେ ମଜା କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ସୁଇମିଂ ପୁଲ୍‌ରେ ଗାଧୋଉଥିବାବେଳେ ପଡ଼ଡ଼ ପାଣି ପିଉଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ନ୍ୟୁୟର୍କ ପରେ ପଞ୍ଜାବରେ ତିଆରି ହେଲା ଷ୍ଟାଚ୍ୟୁ ଅଫ୍ ଲିବର୍ଟି; ଦେଖନ୍ତୁ ଭିଡିଓ...

ଅବଶ୍ୟ, ଯେତେବେଳେ ଏହି ସୁଇମିଂ ପୁଲ୍ ପାଣି ଡ୍ରାଇଭର ସିଟ୍ ଏବଂ ଇଞ୍ଜିନ ପାଖରେ ପହଞ୍ଚିଲା ସେତେବେଳେ ସଞ୍ଜୁ ଏବଂ ତାଙ୍କ ସାଙ୍ଗମାନେ କାରକୁ ଅଟକାଇ ରାସ୍ତାରେ ପାଣିକୁ ଢାଳି ଦେଇଥିଲେ । ଏଥି ପାଇଁ ସେହି ଅଞ୍ଚଳରେ଼ ବିରାଟ ଟ୍ରାଫିକ ଜାମ୍ ହୋଇଥିଲା । ଅନେକ ଲୋକ ଏଭଳି କାମକୁ ମଧ୍ୟ ସମାଲୋଚନା କରିଥିଲେ । ଏହା ପରେ ମୋଟର ଯାନ ବିଭାଗ (MVD) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ।

ବୁଧବାର ଏମଭିଡି ଗାଡିର ପଞ୍ଜୀକରଣ ପ୍ରମାଣପତ୍ରକୁ ରଦ୍ଦ କରି ଦେଇଛନ୍ତି ଏବଂ ଅନେକ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ସଞ୍ଜୁ ଟେକ୍କିଙ୍କୁ ସମନ ମଧ୍ୟ ଜାରି କରିଛି । ତାଙ୍କୁ ଦଣ୍ଡ ସ୍ୱରୂପ, ସଞ୍ଜୁ ଟେକ୍କି ଏବଂ ଘଟଣା ଜଡିତ ଅନ୍ୟ ତିନିଜଣଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଏକ ସପ୍ତାହ ପାଇଁ ସାମାଜିକ ସେବା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କୁ ମଧ୍ୟ MVDର ତାଲିମ କାର୍ଯ୍ୟକ୍ରମରେ ଯୋଗଦେବାକୁ କୁହାଯାଇଛି  । ଏଥିସହ କାର ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ଏକ ବର୍ଷ ପାଇଁ ରଦ୍ଦ କରାଯାଇଛି । 

ଅଧିକ ପଢ଼ନ୍ତୁ: Viral Video: ଭାରତରେ ଏବେ ବି ଅଛି ‘ବଦଳ ବେପାର’; ଗହମ ଦେଲେ ମିଳୁଛି ଗୁପ୍‌ଚୁପ୍