କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ତାରିଖ ଘୋଷଣା କରାଯାଇଛି । ମେ’ ୧୦ ତରିଖରେ ହେବ କର୍ଣ୍ଣାଟକ ସାଧାରଣ ନିର୍ବାଚନ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନିର୍ବାଚନ କମିଶନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ ବିଜେପି ର ୧୧୯ ଜଣ ବିଧାୟକ ରହିଛନ୍ତି ।
Also Read
ଅନ୍ୟପକ୍ଷରେ କଂଗ୍ରେସର ୭୫ଜଣ ବିଧାୟକ ଓ ଜେଡିଏସର ୨୮ଜଣ ବିଧାୟକ ରହିଛନ୍ତି । କର୍ଣ୍ଣାଟକରେ ଏବେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱରେ ବିଜେପି କ୍ଷମତାରେ ରହିଛି ।
ସେହିପରି ଜେଡିଏସ୍ ର ୩୦ ବିଧାୟକ ରହିଛନ୍ତି । ଶାସନକାଳ ସମୟରେ ବିଜେପି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା । ୨୦୨୧ରେ ବିଏସ୍ ୟେଦିୟୁରପ୍ପାଙ୍କ
ଅନ୍ୟପଟେ କର୍ଣ୍ଣାଟକ ସହ ମେ’ ୧୦ରେ ଓଡ଼ିଶାର ଝାରସୁଗୁଡ଼ାରେ ହେବ ଉପନିର୍ବାଚନ । ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ସିଟ୍ । ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି । ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିଛି । ମେ’ ୧୦ରେ ଭୋଟ ଗ୍ରହଣ ଥିବା ବେଳେ ମେ’ ୧୩ରେ ଭୋଟ ଗଣତି ହେବ ।