Advertisment

ଚାଷୀର ସବୁ ଗଲା, ପ୍ରସ୍ତୁତ ହେଲା ଅଣଚାଷୀଙ୍କ ଚିଠା...

ଗତ ୨୦୨୧/୨୨ ବର୍ଷରେ ବନ୍ୟା ଯୋଗୁଁ  ଧର୍ମଶାଳା ତହସିଲର ଅଭୟପୁର, ବମ୍ଫୁ, ଦକ୍ଷିଣଶାସନ,ସଂଖାରୀଢିହ, ମଙ୍ଗରାଜପୁର,ଚକ୍ରୋଡ଼ା, ପାଟପୁର ଆଦି ମୌଜାରେ ହେକ୍ଟର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା । କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ  କ୍ଷତିପୁରଣ ପ୍ରଦାନ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା

ଅଦ୍ୟତନ ହୋଇଛି
Farmer Issue In Jajpur

Farmer Issue

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ଗତ ୨୦୨୧/୨୨ ଖରିଫ ଋତୁରେ ବନ୍ୟା ଯୋଗୁଁ ପ୍ରଭାବିତ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନରେ ତହସିଲ ପକ୍ଷରୁ  ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଆସିଲା ସଙ୍ଗୀନ ଅଭିଯୋଗ ।  ଧର୍ମଶାଳା ତହସିଲଦାର ଓ ସମ୍ପୃକ୍ତ ମୌାଜାର ତତ୍‌କାଳୀନ ଆର.ଆଇ ମିଳିମିଶି  ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଚାଷୀମାନେ ଗତ ମାର୍ଚ୍ଚ ୨୩ ତାରିଖରେ ଯାଜପୁର ଜିଲ୍ଲପାଳଙ୍କୁ ଭେଟି ଲିଖିତ ଅକାରରେ ଜଣାଇଥିଲେ ।

Advertisment

ଏହାସହ ଘଟଣାର ତଦନ୍ତ କରି କ୍ଷତଗ୍ରସ୍ତ ପ୍ରକୃତ ଚାଷୀମାନଙ୍କୁ କ୍ଷତିିପୂରଣ ରାଶି ପ୍ରଦାନ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଜିଲ୍ଲାପାଳ ଘଟଣାର ତଦନ୍ତ କରି ସମ୍ପୃକ୍ତ ଆର୍‌ଆଇକୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି । 

ଅଧିକ ପଢ଼ନ୍ତୁ: କୋମାରେ ବୌଦ୍ଧ ସାଲୁଙ୍କି ଜଳସେଚନ ପ୍ରକଳ୍ପ...ଚାଷୀକୁଳ ମୁଣ୍ଡରେ ହାତଦେଲେଣି

Advertisment

ଗତ ୨୦୨୧/୨୨ ବର୍ଷରେ ବନ୍ୟା ଯୋଗୁଁ  ଧର୍ମଶାଳା ତହସିଲର ଅଭୟପୁର, ବମ୍ଫୁ, ଦକ୍ଷିଣଶାସନ,ସଂଖାରୀଢିହ, ମଙ୍ଗରାଜପୁର,ଚକ୍ରୋଡ଼ା, ପାଟପୁର ଆଦି ମୌଜାରେ ହେକ୍ଟର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା । କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ  କ୍ଷତିପୁରଣ ପ୍ରଦାନ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜସ୍ୱ ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଧର୍ମଶାଳା ତହସିଲ ପକ୍ଷରୁ ସମ୍ପୃକ୍ତ ମୌଜାର ଆରଆଇଙ୍କୁ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସମ୍ପୃକ୍ତ ଆରଆଇ କ୍ଷୟକ୍ଷତି ଆକଳନ ନକରି କାର୍ଯ୍ୟାଳୟରେ ବସି ତହସିଲଦାରଙ୍କ ସଲାସୁତରାରେ ଅଣଚାଷୀମାନଙ୍କ ନାମରେ  ଲକ୍ଷାଧିକ ଟଙ୍କା ଆତ୍ମସାତ କରିନେଇଥିବା ଅଭିଯୋଗ ହୋଇଛି ।

ଉପରୋକ୍ତ ମୌଜା ଗୁଡିକରେ ବନ୍ୟା କ୍ଷୟକ୍ଷତି ପାଇଁ ଏକର ପିଛା ୫ ହଜାର ୪ଶହ  ଲେଖାଏଁ ରାଜସ୍ୱ ବିଭାଗ ପକ୍ଷରୁ ୪୪ଲକ୍ଷ ୬୬୧ଟଙ୍କା ମଞ୍ଜୁର କରାଯାଇଥିଲା । ହେଲେ ଏମାନଙ୍କ ମଧ୍ୟରୁ ଅଣଚାଷୀଙ୍କ ନାମରେ ଚିଠା ପ୍ରସ୍ତୁତ କରାଯାଇ ଲକ୍ଷାଧିକ ଟଙ୍କା ହଡପ କରି ହୋଇଥିବା ନେଇ ଚାଷୀମାନେ  ଜିଲ୍ଲାପାଳଙ୍କୁ ଭେଟି  ଅଭିଯୋଗ କରିଛନ୍ତି ।

Advertisment

ଏନେଇ ଆମେ ଧର୍ମଶାଳା ତହସିଲଦାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । ତେବେ ଘଟଣାର ତଦନ୍ତ ଚାଲିଛି ବୋଲି କହିଥିବା ବେଳେ କ୍ୟାମେରା ଆଗାରେ କିଛି କହିବାକୁ ମନା କରିଦେଇଥିଲେ । ଅଭିଯୋଗ ପାଇ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଲ ଯାଜପୁର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ତଦନ୍ତରେ ଆରଆଇ ଦୋଷୀ ବୋଲି ପ୍ରମାଣିତ ହେବା ପରେ ସମ୍ପୃକ୍ତ ଆରଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ତାଙ୍କ ପାଖରୁ ଟଙ୍କା ଆଦାୟ କରାଯିବ ଏବଂ ଏହି ଘଟଣାରେ ଯୋଉଁମାନେ ସମ୍ପୃକ୍ତ ଥିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି । 
(ଯାଜପୁରର ଗୁଲାମ ଗସ୍‌ଙ୍କ ରିପୋର୍ଟ)

Farmer Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ