Italian Restaurant
ଯଦି ଆପଣ ଇଟାଲୀରେ ଅଛନ୍ତି, ତେବେ ଆପଣଙ୍କୁ ମାଗଣାରେ ମଦ ମିଳିପାରିବ । ଭେରୋନାରେ ଥିବା ଏଲ୍ କନ୍ଦୋମିନିୟୋ ନାମକ ଇଟାଲୀୟ ରେଷ୍ଟୁରାଣ୍ଟ ଏହି ଅଫର୍ ଦେଉଛି । ତେବେ ଏଥିପାଇଁ ରେଷ୍ଟୁରାଣ୍ଟଟି ମାତ୍ର ଗୋଟିଏ ସର୍ତ୍ତ ରଖିଛି । ଅଫର୍ ପାଇବାକୁ ହେଲେ ଗ୍ରାହକମାନଙ୍କୁ ମୋବାଇଲ୍ ଫୋନ ଥୋଇବାକୁ ହେବ ।
ଆଜିକାଲିର ଦୁନିଆରେ ବିନା ମୋବାଇଲରେ ବଞ୍ଚିବା କଷ୍ଟକର ହେଇଗଲାଣି । ଯୁଆଡ଼େ ଗଲେ ମଧ୍ୟ ମୋବାଇଲ୍ ସାଙ୍ଗରେ ନେବାକୁ ଭୁଲୁ ନାହାନ୍ତି । ମୋବାଇଲ ପାଇଁ ସମ୍ପର୍କ ତୁଚ୍ଛ ହୋଇ ଯାଉଛି । ବର୍ତ୍ତମାନ ମୋବାଇଲ ହିଁ ପାଲଟି ଯାଇଛି ଜୀବନ । ଏପରି ସ୍ଥଳେ ଉକ୍ତ ରେଷ୍ଟୁରାଣ୍ଟ ହିଁ ‘ମୋବାଇଲ୍ ଥୁଅନ୍ତୁ, ମଦ ନିଅନ୍ତୁ’ ଭଳି ଅଫରର ଶୁଭାରମ୍ଭ କରିଛି ।
ରେଷ୍ଟୁରାଣ୍ଟ ମାଲିକ ଆଞ୍ଜେଲୋ ଲିଲା ଗତ ମାର୍ଚ୍ଚରେ ଉତ୍ତର ଇଟାଲୀରେ ଏହି ରେଷ୍ଟୁରାଣ୍ଟଟି ଆରମ୍ଭ କରିଥିଲେ । ସେବେଠାରୁ ଗ୍ରାହକମାନଙ୍କୁ ସେ ରାତ୍ରୀ ଭୋଜନ ବେଳେ ମୋବାଇଲ ବଦଳରେ ପରସ୍ପର ସହ କଥାବାର୍ତ୍ତା କରିବାକୁ ଉତ୍ସାହିତ କରି ଆସୁଛନ୍ତି । ଏହାକୁ ନେଇ ଅନେକ ଉପଭୋକ୍ତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନେକ ଏପରି ଉଦ୍ୟମ ପାଇଁ ମାଲିକଙ୍କୁ ପ୍ରଶଂସା କରିଛନ୍ତି ।
ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି । କେତେଜଣ ୟୁଜର୍ସ ଲେଖିଛନ୍ତି, ମାଲିକଙ୍କର ଗୋଟିଏ ଉତ୍ତମ ହୃଦୟ ରହିଛି । ଅନ୍ୟ ଜଣେ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି, ସବୁ ଅଫିସରେ ଏପରି ଜଣେ ଜଣେ ବସ୍ ରହିବା ଆବଶ୍ୟକ । ଅନ୍ୟ ଜଣେ ଲେଖିଛନ୍ତି, ମୁଁ ମଦ ପିଏ ନାହିଁ, ତଥାପି ଏହା ଏକ ଭଲ ଅଫର୍ ।
ଅନ୍ୟପଟେ ବର୍ତ୍ତମାନ ଏହି ଅଫର୍ ଟି ଖୁବ ଲୋକପ୍ରିୟ ହୋଇ ପାରିଥିବା ଜଣାପଡ଼ିଛି । ରେଷ୍ଟୁରାଣ୍ଟକୁ ଆସୁଥିବା ପ୍ରାୟ ୯୦ ପ୍ରତିଶତ ଗ୍ରାହକ ଏହି ଅଫର୍ ଗ୍ରହଣ କରୁଥିବା ରେଷ୍ଟୁରାଣ୍ଟ ତରଫରୁ ପ୍ରକାଶ । ନବେ ପ୍ରତିଶତ ଗ୍ରାହକ ମଦ ବଦଳରେ ନିଜ ଫୋନ ଛାଡିବାକୁ ପସନ୍ଦ କରିଛନ୍ତି । ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି ଯେ ଲୋକମାନେ ଏହାକୁ ପସନ୍ଦ କରିବା ଆଶ୍ଚର୍ଯ୍ୟଜନକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713786980.jpg)