Advertisment

ମହଙ୍ଗା ପଡ଼ିଲା ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହ; ଅଧାବାଟରୁ ବରକୁ ଉଠାଇନେଲା ପୋଲିସ

ଧରୁଆଡିହି ବସ୍ତିର ତାଙ୍କ ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲେ ବିଷ୍ଣୁ। କୌଣସି ସୂତ୍ରରୁ ତାଙ୍କ ପ୍ରେମିକା ଏହି ଖବର ପାଇ ପ୍ରଥମେ ଗୋବିନ୍ଦପୁର ଓ ପରେ ଧରୁଆଡିହି ଥାନାରେ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Bride Arrest

Bride Arrest

Advertisment

ପ୍ରେମିକାକୁ ଧୋକା ଦେବା ପଡିଲା ମହଙ୍ଗା। ବର ସାଜି ପ୍ରୋସେସନରେ ଯିବାବେଳେ ଉଠାଇ ନେଲା ପୋଲିସ। ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହ କରିବାକୁ ଯିବାବେଳେ ବାନ୍ଧିଲା ପୋଲିସ। ସମ୍ବଲପୁର ବାମରାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ଅଭିଯୁକ୍ତ ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗ ।

Advertisment

ଅଭିଯୋଗ ଅନୁସାରେ, ବିଷ୍ଣୁ ୭ବର୍ଷ ତଳେ ଧରୁଆଡିହି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଥିଲେ। ତେବେ ଯୁବତୀ ଜଣକ ଗର୍ଭବତୀ ହେବା ପରେ, ବିଷ୍ଣୁ କାହାକୁ କିଛି ନଜଣାଇ ଚେନ୍ନାଇ ପଳାଇଥିଲେ। ଏହାପରେ ଯୁବତୀଙ୍କ ସହ କୌଣସି ଯୋଗାଯୋଗ ରଖିନଥିଲେ। ସେତେବେଳେ ତାଙ୍କର ପୁଅଟିଏ ହୋଇଥିଲା ଏବଂ ପିଲାଟିକୁ ଏବେ ୫ ବର୍ଷ ହେଲାଣି ।

୫ ବର୍ଷ ଚେନ୍ନାଇରେ ରହିବା ପରେ ସପ୍ତାହେ ତଳେ ଗାଁକୁ ଫେରିଥିଲେ ବିଷ୍ଣୁ । ଧରୁଆଡିହି ବସ୍ତିର ତାଙ୍କ ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲେ। କୌଣସି ସୂତ୍ରରୁ ତାଙ୍କ ପ୍ରେମିକା ଏହି ଖବର ପାଇ ପ୍ରଥମେ ଗୋବିନ୍ଦପୁର ଓ ପରେ ଧରୁଆଡିହି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବିଷ୍ଣୁ ବରବେଶରେ କନିଆ ଘର ଅଭିମୁଖେ ବରଯାତ୍ରୀ ସହ ବାହାରିଥିବା ବେଳେ, ତାଙ୍କୁ ଅଧାବାଟରୁ ଉଠାଇନେଇଛି ପୋଲିସ। ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

Advertisment

Odisha News Arrest Cheating Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ