ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ IPS ସୁଧାଂଶୁ ଷଡ଼ଙ୍ଗୀ 

ବିନୟତୋଷ ମିଶ୍ରଙ୍କ ଠାରୁ କଲେ ଦାୟିତ୍ବ ଗ୍ରହଣ । ଜରୁରୀକାଳିନ ବିଭାଗର ଉନ୍ନତି ପାଇଁ କାର୍ଯ୍ୟ କରିବେ କହିଲେ ।

Sudhansu Sarangi Fire DG

ଅଗ୍ନିଶମ ଡିଜି ଭାବରେ ଦାଇତ୍ୱ ଗ୍ରହଣ କଲେ IPS ସୁଧାଂଶୁ ଷଡ଼ଙ୍ଗୀ । ପୂର୍ବରୁ ସେ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଭାବରେ କାର୍ଯ୍ୟ ତୁଲାଉଥିଲେ। ତା ପୂର୍ବରୁ ଟ୍ୱିନ ସିଟିର ପୋଲିସ କମିଶନର ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ପୂର୍ବତନ ଅଗ୍ନିଶମ ଡିଜି ବିନୟତୋଷ ମିଶ୍ରଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଗ୍ନିଶମ ବିଭାଗ ପରି ଏକ ଜରୁରୀକାଳୀନ ବିଭାଗର ଉନ୍ନତି ପାଇଁ ସେ ଦକ୍ଷତାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି ।