International Kids Film Festival held in Salepur
ଅନେକ ସମୟରେ ପିଲାମାନଙ୍କୁ ଟିଭି ଦେଖିବାକୁ ବାରଣ କରିଥାନ୍ତି ବାପମାଆ । ଆଉ ସିନେମା ଯିବା ତ ସାତ ସପନ । ଅଭିଭାବକଙ୍କ ଧାରଣା, ଟିଭି କି ସିନେମା ଦେଖିଲେ ପିଲାମାନଙ୍କ ପାଠପଢା ବ୍ୟାଘାତ ହୋଇଥାଏ । ହେଲେ ଏଠି କିନ୍ତୁ କଥା ନିଆରା । ବାପମାଆ ଆଉ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ନେଇ ଆସିଛନ୍ତି ସିନେମା ଦେଖାଇବା ପାଇଁ । ସିନେମା ବି ତିଆରି ହୋଇଛି କେବଳ ପିଲାଙ୍କ ପାଇଁ ।
ରାଜଧାନୀ ଭୁବନେଶ୍ୱର କି କଟକ ସହର ନୁହେଁ, ସାଲେପୁରରେ ହୋଇଛି ଇଣ୍ଟରନ୍ୟାସନାଲ କିଡ୍ସ ଫିଲ୍ମ ଫେଷ୍ଟିଭାଲ । ପ୍ରଦର୍ଶିତ ହେଉଛି ପିଲାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଫିଲ୍ମ । ଆଉ ପିଲାମାନେ ବି ବେଶ ଉତ୍କଣ୍ଠାର ସହ ମନ ଭରି ଚଳଚ୍ଚିତ୍ରକୁ ଉପଭୋଗ କରୁଛନ୍ତି । ଫେଷ୍ଟିଭାଲରେ ସ୍ଥାନ ପାଇଛି ୨୫ଟି ଦେଶର ମୋଟ ୧୫ଟି ଭାଷାର ଶତାଧିକ ବଛାବଛା ଚଳଚିତ୍ର ।
ଅନ୍ୟପଟେ ସିନେମାରୁ ବହୁତ କିଛି ଶିଖିବାକୁ ମିଳୁଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଅଭିଭାବକମାନେ ମଧ୍ୟ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି । ବେଶ୍ ଶିକ୍ଷଣୀୟ ସହ ମନୋରଂଜନ ଧର୍ମୀ ହୋଇଛି ଫିଲ୍ମଗୁଡ଼ିକ । ଛୋଟ ପିଲାଙ୍କ ମାନସିକ ସ୍ଥିତି ଏବଂ ସୃଜନଶୀଳତାକୁ ଉର୍ଜା ଦେବାପାଇଁ ଏଭଳି ସିନେମା ତିଆରି କରାଯାଇଛି ।
ନିଃଶୁଳ୍କ ଭାବରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସିନେମା ଦେଖିବାର ସୁଯୋଗ ପାଉଛନ୍ତି । ସାଲେପୁର ପବ୍ଲିକ ସ୍କୁଲ ଓ LXL IDEASର ମିଳିତ ଉଦ୍ୟମରେ ଚାଲିଥିବା ଏହି ଫିଲ୍ମ ଫେଷ୍ଟିଭାଲ୍ ଆସନ୍ତା ୩୦ ତାରିଖରେ ଉଦଯାପିତ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700795552.jpg)