୧୨ ସ୍କୁଲକୁ ଖେଳ ଉପକରଣ ପ୍ରଦାନ କଲା IMFA

ଏହି କାର୍ଯ୍ୟକ୍ରମରେ ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ମଧ୍ୟ ଯୋଗଦେଇଥିଲେ ।

IMFA

ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚୌଦ୍ୱାର ପୌରପାଳିକା ୮ନଂ ୱାର୍ଡରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟର ଶୁଭ ଉଦଘାଟନ କରାଯାଇଛି । ଫନି ବାତ୍ୟାରେ ଭାଙ୍ଗିଯାଇଥିବା ଦୁର୍ଗା ବଜାର ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଏବଂ ଓଟିଏମ ହାଇସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ଖେଳ ଉପକରଣ ସହିତ ଡେସ୍କ ବେଞ୍ଚ ପ୍ରଦାନ କରାଯାଇଛି ।

ଇମ୍ଫା କ୍ଲବ୍ ପରିସରରେ ଇମ୍ଫା ତରଫରୁ ଆୟୋଜିତ ଖେଳ ଉପକରଣ ବଣ୍ଟନ କାର୍ଯ୍ୟକ୍ରମରେ ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଂଜନ ସାହୁ, ଇମ୍ଫାର ବରିଷ୍ଠ କର୍ତ୍ତୃପକ୍ଷ ମାନେ ଯୋଗଦେଇ ଚୌଦ୍ୱାରର ୧୨ଟି ବିଦ୍ୟାଳୟକୁ ଖେଳ ଉପକରଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ମଧ୍ୟ ଯୋଗଦେଇଥିଲେ ।