ବୁଲିବା ପାଇଁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ବୁଲିବା ପାଇଁ ଯିବା ସମୟରେ ସମସ୍ତେ ନିଜ ପରିବାର ଲୋକଙ୍କ ସହ ଯିବାପାଇଁ ପସନ୍ଦ କରିଥା'ନ୍ତି । ଏମିତିକି ପ୍ରତି ବର୍ଷ ଲୋକେ ଫ୍ୟାମିଲି ଟ୍ରିପରେ ଯାଇଥା'ନ୍ତି । ଏଥିପାଇଁ ପୂର୍ବରୁ ପକେଟକୁ ସୁହାଇବା ଭଳି ଏକ ନିର୍ଦ୍ଧିଷ୍ଟ ବଜେଟ୍ ମଧ୍ୟ କରାଯାଇଥାଏ । ଖର୍ଚ୍ଚକୁ ଦୃଷ୍ଟିରେ ରଖି ଆମେ ସାଧାରଣତଃ ଦେଶ ଭିତରେ ଥିବା ପର୍ଯ୍ୟଟନସ୍ଥଳୀକୁ ବୁଲିବାପାଇଁ ଯାଇଥାନ୍ତି । କିନ୍ତୁ ଦେଶ ବାହାରକୁ ବୁଲିବାପାଇଁ ଯିବାକୁ ଅଧିକ ଟଙ୍କା ଆବଶ୍ୟକ ହେଉଥିବାରୁ ଆମେ ଇଛାଥିଲେ ମଧ୍ୟ ପଛ ଘୁଞ୍ଚା ଦେବାକୁ ବାଧ୍ୟ ହୋଇଥାନ୍ତି । ଯଦି ଆପଣ ବିଦେଶକୁ ନିଜ ପରିବାର ସହ ଯିବାପାଇଁ ସ୍ବପ୍ନ ଦେଖୁଛନ୍ତି ତେବେ ଏହି ଖବର ପଢିବା ପରେ ଆପଣଙ୍କ ସ୍ବପ୍ନ ନିଶ୍ଚିତ ସାକାର ହୋଇପାରିବ ।
ଯଦି ଆପଣ ବୁଲିବା ପାଇଁ ପସନ୍ଦ କରନ୍ତି ଏବଂ ଆପଣ ପରିବାର ସହିତ କିମ୍ବା ଏକୁଟିଆ ବିଦେଶ ବୁଲିବାକୁ ଚାହୁଁଛନ୍ତି । ତେବେ ଆମେ ଆପଣଙ୍କୁ ବିଶ୍ୱର ସୁନ୍ଦର ଗୁପ୍ତସ୍ଥାନ ବିଷୟରେ କହିବୁ । ଏହି ସ୍ଥାନ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଏହି ସ୍ଥାନରେ ଯାତ୍ରା କରିବା, ରହିବା ଏବଂ ଖାଇବା ପାଇଁ ଅନ୍ୟ ଦେଶ ତୁଳନାରେ ଖୁବ୍ କମ ଖର୍ଚ୍ଚ କରିବାକୁ ପଡିଥାଏ ।
Also Read
ମାତ୍ର ୫୦୦୦୦ ଟଙ୍କାରେ ମଧ୍ୟ ବିଦେଶ ଯାତ୍ରାକରିବା ସହ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀ ଉପଭୋଗ କରାଯାଇପାରିବ । ଆଜରବୈଜାନ (Azerbaijan) ହେଉଛି ଏମିତି ଏକ ଦେଶ ଯେଉଁଠିକୁ ଆପଣ ଖୁବ୍ କମ୍ ଖର୍ଚ୍ଚରେ ଯାଇପାରିବେ । ସେଥିପାଇଁ ଥାଇଲ୍ୟାଣ୍ଡ, ମାଲେସିଆ, ଦୁବାଇ ବଦଳରେ ଭାରତୀୟ ପର୍ଯ୍ୟଟକମାନେ ଆଜରବାଇଜାନ ପରିଦର୍ଶନ କରିବାକୁ ପସନ୍ଦ କରୁଛନ୍ତି । ଏହା କାସ୍ପିଅନ ସାଗର ଏବଂ କକେସସ ପର୍ବତମାଳା ଭଳି ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ଘେରି ରହିଛି । ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏହାକୁ ଅଗ୍ନିର ଭୂମି ମଧ୍ୟ କୁହାଯାଏ । ଏହି ଦେଶର ଜନସଂଖ୍ୟା ମାତ୍ର ୧.୧ କୋଟି । ଏହାର ରାଜଧାନୀ ବାକୁକୁ ସିଧାସଳଖ ବିମାନ ମାଧ୍ୟମରେ ମଧ୍ୟ ଯାତ୍ରା କରାଯାଇପାରିବ । ଏହି ଦେଶର ସୁନ୍ଦରତା ପାଇଁ ଅନେକ ଭାରତୀୟ ପର୍ଯ୍ୟଟକ ଏହି ଦେଶକୁ ଯାତ୍ରା କରୁଛନ୍ତି । ଏଠାରେ ମାତ୍ର ୧୫୦୦ ଟଙ୍କାରେ ହୋଟେଲ୍ ଏବଂ ୧୦୦୦ ଟଙ୍କାରେ ଖାଦ୍ୟ ମିଳିପାରୁଛି ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଏଥର ବଜେଟରେ କ’ଣ ହେଲା ଶସ୍ତା ଓ କ’ଣ ହେଲା ମହଙ୍ଗା ?
ମାତ୍ର ୩ ଦିନ ମଧ୍ୟରେ ଉପଲବ୍ଧ ହେବ ଇ-ଭିସା:
ଆଜରବୈଜାନ ଯିବା ପାଇଁ ଅତି ସହଜରେ ପାସପୋର୍ଟ ଅଫିସ୍ ନଯାଇ ଇ-ଭିସା ମିଳିପାରିବ । ଅନଲାଇନ ମାଧ୍ୟମରେ ଆବେଦନ କରିବାର ମାତ୍ର ୩ଦିନ ମଧ୍ୟରେ ଇ-ଭିସା ମିଳିପାରିବ । ଏହାପରେ ଦିଲ୍ଲୀ କିମ୍ବା ମୁମ୍ବାଇରୁ ବାକୁର ହେଦର ଅଲିୟେଭ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସିଧାସଳଖ ବିମାନ ଦ୍ୱାରା ସହଜରେ ଯାତ୍ରା କରାଯାଇପାରିବ ।
ଆଜରବୈଜାନରେ ଥିବା ସୁନ୍ଦର ପର୍ଯ୍ୟଟନସ୍ଥଳୀ :
ବାକୁ: ବାଙ୍କୁରା ଇଚାରି ସହର ୟୁନେସ୍କୋ(UNESCO) ବିଶ୍ୱ ଐତିହ୍ୟସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ । ଏଠାରେ ଶିରବଂଶାହ ପ୍ୟାଲେସ୍ ଏବଂ ମେଡେନ ଟାୱାର ରହିଛି । ଏହା ବ୍ୟତୀତ ଏହି ସହରରେ ବାକୁ ବୁଲେଭାର୍ଡରେ କାସ୍ପିଆନ ସାଗର ଭଳି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ମଧ୍ୟ ରହିଛି ।
ଗୋବୁସ୍ତାନ : ଗୋବୁସ୍ତାନ ମଡ୍ ଭୋଲକାନୋ ଏହି ଦେଶର ଏକ ପ୍ରସିଦ୍ଧ ଜ୍ୱାଳାମୁଖୀ(Volcano) ଏହା ସହିତ ଏହି ସହରରେ ରକ୍ ଆର୍ଟ ରିଜର୍ଭରେ ହୋଇଥିବା କାରୁକାର୍ଯ୍ୟ ମଧ୍ୟ ରହିଛି ।
ଶେକି: ଶେକି ଖାନ ପ୍ୟାଲେସ ରଙ୍ଗୀନ ଦର୍ପଣ ଏବଂ ସୁନ୍ଦର କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ । ତେଣୁ ଶେକି ଖାନ ପ୍ୟାଲେସରେ ବୁଲିବା ସହ ପର୍ଯ୍ୟଟକ ମାନେ ଏହାର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିଥା'ନ୍ତି ।
ଗାବାଲା: ଗାବାଲାରେ ସ୍କି ରିସର୍ଟ ଏବଂ ହ୍ରଦକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପର୍ଯ୍ୟଟକମାନେ ଏଠାରେ ଥିବା ନୋହୁର ହ୍ରଦ ମଧ୍ୟ ପରିଦର୍ଶନ କରିଥା'ନ୍ତି ।
ଲାହିଚ୍: ଏହି ଗ୍ରାମ ଏହାର ହସ୍ତଶିଳ୍ପ ସାମଗ୍ରୀ ଏବଂ ତମ୍ବା କାମ ପାଇଁ ବିଶ୍ୱ ସ୍ତରରେ ପ୍ରସିଦ୍ଧ । ତେଣୁ କିଣାକିଣି କରିବା ପାଇଁ ଏଠାରେ ପର୍ଯ୍ୟଟମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।
ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀ: ଏହି ଦେଶକୁ ଆସୁଥିବା ପର୍ଯ୍ୟଟକମାନେ ତୁର୍କୀ ଏବଂ ପାରସ୍ୟ ଖାଦ୍ୟର ସ୍ୱାଦ ପାଇପାରିବେ । ଏହି ଦେଶର ପ୍ରିୟ ଖାଦ୍ୟ ହେଉଛି ପ୍ଲୋଭ୍ । ଆଜରବୈଜାନ ବିରିୟାନି, କୁତାବ୍ ଷ୍ଟଫ୍ଡ୍ ପ୍ୟାନକେକ୍ ଭଳି ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ଏହି ଦେଶରେ ମିଳିଥାଏ ।