OTV Cares Free Health Camp
ଭୁବନେଶ୍ୱରସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଟିଭିର ସମସ୍ତ କର୍ମଚାରୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଭୁବନେଶ୍ୱର କେୟାର ହସପିଟାଲ ସହଭାଗିତାରେ ଏହି ହେଲଥ କ୍ୟାମ୍ପର ଆୟୋଜନ କରାଯାଇଥିଲା ।
କୋଭିଡ ମହାମାରୀ ପରେ ଶରୀରରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଉଛି। ତେଣୁ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିବା କହିଛନ୍ତି ଓଟିଭି ଡିଜିଟାଲ ବିଜିନେସ ମୁଖ୍ୟ ଲିତିଶା ମଙ୍ଗତ ପଣ୍ଡା। ପ୍ରଥମେ ନିଜେ ସୁସ୍ଥ ରହିବା ସହ ପରିବାରକୁ ସୁସ୍ଥ ରଖିବାକୁ କହିଛନ୍ତି ଲିତିଶା ।
କୋଭିଡ ସମୟରେ ସାମ୍ବାଦିକମାନେ ଫ୍ରଣ୍ଟଲାଇନ ଯୋଦ୍ଧା ଭାବେ କାମ କରିଥିଲେ। ତେଣୁ ହେଲ୍ଥ କ୍ୟାମ୍ପ ଜରିଆରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ବୋଲି ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691155787.jpg)