bus strike
୨୦ରୁ ସାରା ରାଜ୍ୟରେ ଘରୋଇ ବସ୍ ଧର୍ମଘଟ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁବିରୋଧ କରି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଭୁବନେଶ୍ୱରରେ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ଘୋଷଣା କରାଯାଇଛି। ସଂଘ କହିଛି ଗତ ୧୦ ତାରିଖରେ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି।
ଲକ୍ଷ୍ମୀ ବସକୁ ବ୍ଲକ ସ୍ତରରେ ସୀମିତ ରଖି ଜିଲ୍ଲା ମୁଖ୍ୟାଳୟକୁ ଚଳାଇବେ ନାହିଁ ବୋଲି କହିଥିଲେ ରାଜ୍ୟ ସରକାର। କିନ୍ତୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା ୬ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଜିଲ୍ଲା ମୁଖ୍ୟାଳୟକୁ ଚଳାଇଛନ୍ତି। ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନଥିବାରୁ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟ ଘରୋଇ ବସ୍ ମାଲିକସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।...
ଅନ୍ୟପଟେ ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରା ନେଇ ପରିବହନ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bus_strike_1697684583.jpg)