Advertisment

ବାପାଙ୍କ ଜମିରେ ଠିଆ ହୋଇଛି ସରକାରୀ ସ୍କୁଲ, ଭୂମିହୀନ ହୋଇ ଅନ୍ୟଜଣଙ୍କ ଚାଷ ଜମିରେ ରହୁଛି ପୁଅ

ମଣ୍ଡାକିଆରେ ତାଙ୍କ ବାପାଙ୍କ ଜମିରେ ସ୍କୁଲ ତିଆରି ହୋଇଛି । ସରକାରୀ ନଥିପତ୍ରରେ ବାପା ଜୟଦେବ ନାୟକଙ୍କ ନାଁ ରହିଛି । ତା’ର ଖଜଣା ନିଜେ ଦେଉଛନ୍ତି ରବୀନ୍ଦ୍ର । କିନ୍ତୁ ନିଜେ ଅସହାୟ ଭାବେ ରହୁଛନ୍ତି ।

School Land

School Land

Advertisment

ବାପାଙ୍କ ଜମିରେ ଠିଆ ହୋଇଛି ସରକାରୀ ସ୍କୁଲ । ଟିକେ ଅଧେ ନୁହେଁ, ପ୍ରାୟ ଅଢ଼େଇ ଏକର ଜମିରେ ତିଆରି ହୋଇଛି ସରକାରୀ ସ୍କୁଲ । କିନ୍ତୁ ନିଜେ ଭୂମିହୀନ ପାଲଟିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆର ରବୀନ୍ଦ୍ର ନାୟକ । ତାଙ୍କର ବୟସ ପ୍ରାୟ ୬୦ ହେଲାଣି । କିନ୍ତୁ ମୁଣ୍ଡ ଗୁଂଜିବାକୁ ନିଜର ବୋଲି କିଛି ନାହିଁ । ବାଧ୍ୟ ହୋଇ ଦୟନୀୟ ଭାବେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ କୁଡ଼ିଆ ଖଣ୍ଡିଏ କରି ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହୁଛନ୍ତି ରବୀନ୍ଦ୍ର।

Advertisment

ମଣ୍ଡାକିଆରେ ତାଙ୍କ ବାପାଙ୍କ ଜମିରେ ସ୍କୁଲ ତିଆରି ହୋଇଛି । ସରକାରୀ ନଥିପତ୍ରରେ ବାପା ଜୟଦେବ ନାୟକଙ୍କ ନାଁ ରହିଛି । ତା’ର ଖଜଣା ନିଜେ ଦେଉଛନ୍ତି ରବୀନ୍ଦ୍ର । କିନ୍ତୁ ନିଜେ ଅସହାୟ ଭାବେ ରହୁଛନ୍ତି । ଜମି ଫେରାଇ ଦେବାକୁ ବର୍ଷ ବର୍ଷ ଧରି ସବୁ ପ୍ରାଶାସନିକ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ସେ ନୟାନ୍ତ ହୋଇ ଗଲେଣି ସିନା, ନିଜ ଅଧିକାର ପାଇନାହାନ୍ତି । ସରକାରୀ ଅଧିକାରୀ କହୁଛନ୍ତି, ଏବେ ହେବ, କାଲି ହେବ, ଆଜି ଆସ, କାଲି କରି ଦେବା କହି କହି ରବୀନ୍ଦ୍ରଙ୍କୁ ଖାଲି ଦୌଡ଼ାଉଛନ୍ତି ସିନା ତାଙ୍କ ଜମି କିନ୍ତୁ ତାଙ୍କୁ ଫେରାଉ ନାହାନ୍ତି। ତେବେ ସ୍କୁଲ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ପରେ ଜମି ରବୀନ୍ଦ୍ରଙ୍କୁ ନିଶ୍ଚିତ ଭାବେ ଫେରାଇ ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଇଓ।

Odisha Kandhamal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ