Advertisment

ରାଜଧାନୀର ସରକାରୀ କ୍ୱାର୍ଟରରେ ରହୁଛନ୍ତି ଫାଷ୍ଟଫୁଡ୍ ଦୋକାନୀ...!

ଖାଲି ସେତିକି ନୁହେଁ, କେଉଁଠି ଏକାଧିକ ହାଇ ପାୱାର ଫ୍ରିଜର ରଖାଯାଇ ଏକ ପ୍ରକାର ଶୀତଳ ଭଣ୍ଡାର ପାଲଟିଛି ତ ଆଉ କେଉଁ କ୍ୱାର୍ଟର ବାଉଁଶ କାରିଗରଙ୍କ କବ୍‌ଜାରେ । ଏହା ଥିଲା ୟୁନିଟ ଟୁ ଅଞ୍ଚଳର ସ୍ଥିତି।

ଅଦ୍ୟତନ ହୋଇଛି
Government Quarter In Bhubaneswar

Government Quarter In Bhubaneswar

Advertisment

ରାଜଧାନୀରେ କେଉଁ ସ୍ଥିତିରେ ଅଛି ସରକାରୀ କ୍ୱାର୍ଟର। କାହା ନାଁରେ ଆଲଟ୍ ହୋଇଛି, ଆଉ କିଏ ରହୁଛି। ଜବରଦଖଲ ନା, ଭଡ଼ା ଦେଇ ମାଲାମାଲ ହେଉଛନ୍ତି ସରକାରୀ ବାବୁ। ଧିରେ ଧିରେ ଏସବୁର ଗୁମର ପଦାକୁ ଆସୁଥିଲା ବେଳେ, କ୍ୱାର୍ଟର ଆଲଟ୍ କରିବା ଦାୟିତ୍ବରେ ଥିବା GA ବା ସାଧାରଣ ପ୍ରଶାସନ ବିଭାଗର ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏମିତିକି ନିକଟରେ ଏକ କ୍ୱାର୍ଟରରୁ ଡ୍ରଗସ ସହ ଜଣେ ଅଭିଯୁକ୍ତ ଧରାପଡ଼ିବା ପରେ ବି ବିଭାଗର ଚେତା ପଶୁନି।

Advertisment

ୟୁନିଟ-୨ରେ ରହିଛି ସରକାରୀ କ୍ୱାର୍ଟର ଭିଏ-୧୩/୧ , ୧୩/୨, ୧୫/୧, ୧୫/୩, ୧୫/୪ । ସରକାରୀ କାଗଜପତ୍ର ଅନୁଯାୟୀ ରାଜଧାନୀର ଛାତି ଉପରେ ଥିବା ଏହି ସରକାରୀ କ୍ୱାର୍ଟରରେ ରାଜ୍ୟ ସରକାରଙ୍କ କ୍ଲାସ ଟୁ’ ଅଫିସର ରହୁଛନ୍ତି । ହେଲେ ବାସ୍ତବରେ ସେଠାରେ କିଏ ରହୁଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେଉଁ କ୍ୱାର୍ଟରରେ ଫାଷ୍ଟଫୁଡ୍ ଦୋକାନ ସାମଗ୍ରୀ ରହୁଛି ତ ଆଉ କେଉଁଠି ବାହାର ରାଜ୍ୟର ବେତ କାରିଗର ରହି ସାମଗ୍ରୀ ତିଆରି କରୁଛନ୍ତି । ଖାଲି ସେତିକି ନୁହେଁ, କେଉଁଠି ଏକାଧିକ ହାଇ ପାୱାର ଫ୍ରିଜର ରଖାଯାଇ ଏକ ପ୍ରକାର ଶୀତଳ ଭଣ୍ଡାର ପାଲଟିଛି ତ ଆଉ କେଉଁ କ୍ୱାର୍ଟର ବାଉଁଶ କାରିଗରଙ୍କ କବ୍‌ଜାରେ । ଏହା ଥିଲା ୟୁନିଟ ଟୁ ଅଞ୍ଚଳର ସ୍ଥିତି।

ୟୁନିଟ ୯ରେ ଥିବା କ୍ୱାର୍ଟର ଅବସ୍ଥା ବି ସମାନ । ଆଇଭି - ୩/୧ ସରକାରୀ କ୍ୱାର୍ଟର ପରିସରରେ ତିଆରି ହୋଇଛି ୧୦ରୁ ଅଧିକ ବେଆଇନ୍ ଆଜବେଷ୍ଟସ୍ ଘର । ଆଉ ଏସବୁକୁ ଭଡାରେ ଲଗାଇ ଲକ୍ଷାଧିକ ଟଙ୍କା ଅମଳ କରୁଛନ୍ତି କ୍ୱାର୍ଟର ମାଲିକ ।

Advertisment

ତେବେ କେଉଁମାନଙ୍କୁ ଆଲଟ୍ ହୋଇଛି ଏସବୁ କ୍ୱାର୍ଟର । ଫାଷ୍ଟଫୁଡ ସାମଗ୍ରୀ ରହୁଥିବା ୟୁନିଟ ୨ର ଏ ଭିଏ- ୧୩/୨ କ୍ୱାର୍ଟରଟି ରହିଛି ପୋଲିସ ବିଭାଗର ସ୍ପେଶାଲ ବ୍ରାଞ୍ଚର ଇନ୍ସପେକ୍ଟର ବ୍ରଜେଶ୍ବରୀ ବଳଙ୍କ ନାଁରେ । ତା ପୁଣି ୨୦୧୭ ମସିହାରୁ । ଏଠି ପ୍ରଶ୍ନ ବ୍ରଜେଶ୍ୱରୀ ଏବେ କେଉଁଠି, କ୍ୱାର୍ଟର ଛାଡ଼ିସାରିଲେଣି, ନା ଭଡ଼ାରେ ଲଗେଇଛନ୍ତି ? ସେମିତି ବେତ ସାମଗ୍ରୀର ଫାକ୍ଟ୍ରି ପାଲଟିଥିବା ଭିଏ-୧୩/୧ କ୍ୱାର୍ଟରଟି ପବ୍ଲିକ ହେଲଥ ଡିପାର୍ଟମେଣ୍ଟର ସହକାରୀ ଇଞ୍ଜିନିୟର ଅକ୍ଷୟ କୁମାର ଭୁୟାଁଙ୍କ ନାଁରେ । ହେଲେ ସେ କିନ୍ତୁ ୨୦୧୯ରୁ ଅବସର ନେଇ ସାରିଲେଣି ।

ଏସବୁ ବାଦ୍ କିଛି ସରକାରୀ କ୍ୱାଟର ବି ଅପରାଧୀଙ୍କ ଆଡ୍ଡା ପାଲଟିଛି । ଯେମିତିକି, ୟୁନିଟ୍ ୮ରେ ଥିବା ଏହି ୱାନ ଆର/-୨ କ୍ୱାର୍ଟର। କିଛିଦିନ ତଳେ ଏଇ କ୍ୱାର୍ଟରରୁ କୋଟିଏ ଟଙ୍କାର ଡ୍ରଗସ ସହ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ । ପରେ ଜଣା ପଡ଼ିଥିଲା କ୍ୱାର୍ଟରଟି ଜଣେ ପୋଲିସ କନଷ୍ଟେବଳଙ୍କ ନାଁରେ, ସେ କୁଆଡ଼େ ତାକୁ ଭଡ଼ାରେ ଲଗାଇଥିଲେ । ବଡ଼ କଥା ହେଉଛି ଏତେବଡ଼ ଘଟଣା ସାମ୍ନାକୁ ଆସିଲା ପରେ ବି ସାଧାରଣ ପ୍ରଶାସନ ବିଭାଗ କିନ୍ତୁ ନିଦାବିଷ୍ଣୁ । ହେଲେ ଖବର ପ୍ରସାରଣ ପରେ କମିଶନରେଟ୍ ପୋଲିସ ଏବେ ଯାଞ୍ଚକୁ ବାହାରିଛି ।

Advertisment

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ