ବଲାଙ୍ଗିରରେ ବୋରୱେଲ୍‌ରୁ ବାହାରୁଛି ସୁନା ଗୁଣ୍ଡ...!

ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ନମୂନା ସଂଗ୍ରହ । ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ।

Borewell

ପୁଣି ମିଳିଲା ସୁନାର ସନ୍ଧାନ ! ବୋରୱେଲରୁ ପାଣି ସାଙ୍ଗରେ ବାହାରୁଛି ସୁନା ! ଏଭଳି ଏକ ଚମକେଇଦେଲା ଭଳି ଖବର ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲାରୁ । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ନାନ୍ଦୁପଲା ଗାଁରେ ଥିବା ଏକ ବୋରୱେଲରୁ ବାହାରୁଛି ସୁନା ଗୁଣ୍ଡ । ଜମିରେ ପାଣି ମଡ଼ାଇବା ବେଳେ ବୋରୱେଲରୁ ସୁନା ଗୁଣ୍ଡ ବାହାରୁଥିବା ଜାଣିବାକୁ ପାଇଥିଲେ ।

ସେହି ଗାଁର ମହମ୍ମଦ ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଳିଥିଲେ । ସେ ମୋଟର ଲଗାଇ ପାଣି ବାହାର କରିବା ସମୟରେ ସୁନା ଗୁଣ୍ଡ ଭଳି ପଥର ଗୁଣ୍ଡ ବାହାରିଥିଲା । ଫଳରେ ସୁନାଗୁଣ୍ଡ ବାହାରୁଥିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଖପ୍ରାଖୋଲ ତହସିଲଦାର, ବିଡିଓ ଏବଂ ଖପ୍ରାଖୋଲ ଥାନା ଅଧିକାରୀ ।

ତେବେ ବାହାରିଥିବା ଧାତୁ ଗୁଣ୍ଡର ନମୂନା ସଂଗ୍ରହ କରାଯାଇଛି । ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର ।

Gold Powder