Advertisment

‘ମୁଁ ମରିବାକୁ ଚାହେନି, ମୋତେ ବଞ୍ଚେଇ ଦିଅନ୍ତୁ ’: ଗୁହାରି କରୁଛନ୍ତି ଅସହାୟ କବିତା

ଦେହର ମାଂସପିଣ୍ଡୁଳା ବଢାଇଦେଇଛି କଷ୍ଟ ....ନା ଶୋଇପାରୁଛନ୍ତି, ନା ବସିପାରୁଛନ୍ତି...ଟ୍ରିଟମେଣ୍ଟ ପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା...

ଅଦ୍ୟତନ ହୋଇଛି
Kalahandi Girl seeks govt help for treatment

tragic story

Advertisment

‘ମୁଁ ମରିବାକୁ ଚାହେନି ମୋତେ ବଞ୍ଚେଇ ଦିଅନ୍ତୁ । କାନ୍ଦି କାନ୍ଦି ଏମିତି ଗୁହାରୀ କରୁଛନ୍ତି କବିତା।‘ ବଞ୍ଚିବା ପାଇଁ ଗୁହାରି କରୁଛି କବିତା। ଦେହରେ ହୋଇଥିବା ଛୋଟ ଆବୁ ଏବେ ମାଂସ ପିଣ୍ଡୁଳା ହୋଇଗଲାଣି। କଷ୍ଟ ଅସହ୍ୟ ଦେଉଛି କଳାହାଣ୍ଡି ଥୁଆମୂଳ ବ୍ଲକ୍ ଶିରମସ୍କାର କବିତାଙ୍କଣ । ଗରିବ ବାପାଙ୍କ ପାଖରେ ଝିଅର ଚିକିତ୍ସା ପାଇଁ ଅର୍ଥ ନାହିଁ। କବିତା ଠିକ୍ ହେବା ପାଇଁ ୧୧ ଲକ୍ଷ ଟଙ୍କା ଦରକାର ଥିବା ବେଳେ ଏତେ ଟଙ୍କା କେଉଁଠୁ ଆଣିବେ ସେ ଚିନ୍ତାରେ ବାପା ଶୁକ୍ରୁ ମାଝୀ।

Advertisment

ନା-କବିତା ମାଝୀ । କଲାହାଣ୍ଡି ଜିଲ୍ଲାର ଥୁଆମୂଲ ବ୍ଲକର ଶିର ମସ୍କାର ତାଙ୍କର ଘର। ପିଠିରେ ହୋଇଥିବା ଗୋଟ ଛୋଟ ଆବୁ ଏବେ ମାଂସ ପିଣ୍ଡୁଳା ହୋଇ ତାଙ୍କର ଦୁଃଖର କାରଣ ପାଲଟିଛି। ଗରିବ ଆଦିବାସୀ ଶୁକ୍ରମାଝୀଙ୍କ ମଝିଆ ଝିଅ କବିତା। ମାଟ୍ରିକ ପରୀକ୍ଷା ଦେଇସାରବାର ପରେ ହଠାତେ ପିଠିରେ ଆବୁ ହୋଇଥିଲା ଯାହା ଧିରେ ଧିରେ ବଢି ତାଙ୍କୁ କଷ୍ଟ ଦେଉଛି। ଏବେ ତାଙ୍କର ଚିକିତ୍ସା ପାଇଁ ୧୧ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ କେମିତି ତାଙ୍କ ଚିକିତ୍ସା ହେବ ସେହି ଚିନ୍ତାରେ ଶୁକ୍ରୁ ।

Advertisment

ଗରିବ ଆଦିବାସୀ ଶୁକ୍ରୁ ମାଝୀ। ଜଙ୍ଗଲରେ କାଠ କାଟି, କୁଲି ମଜୁରୀ କରି ଘର ଚଳାନ୍ତି। ଝିଅର ଦୁଃଖ ଦେଖି କେମିତି ତାଙ୍କୁ ଠିକେ କରିବେ ଜାଣିପାରୁନାହାନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଭବାନୀ ପାଟନା ମେଡିକାଲ ଏବେ ସେଠାରୁ କଟକ ମେଡିକାଲ ନିଆଯାଇଥିଲା। ହେଲେ ସେଠାରୁ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ଶେଷରେ ଛତିଶଗଡର ଗୁଟେ ମେଡିକାଲରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଡାକ୍ତର ଚିକିତ୍ସା ପାଇଁ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ କହିବା ପରେ ସେ ତାଙ୍କୁ ସେଠାରୁ ନେଇ ଆସିଥିଲେ। ଏବେ କବିତାଙ୍କୁ ବଞ୍ଚାଇବା ପାଇଁ ସମସ୍ତେ ଗୁହାରୀ କରୁଛନ୍ତି ।

Advertisment

କବିତା ମାଝୀଙ୍କୁ ଆପଣ ଆର୍ଥିକ ସହାୟତା କରିବାକୁ ଚାହୁଁଥିଲେ କରିପାରିବେ। ତାଙ୍କ ମୋବାଇଲ୍ ନମ୍ବର ହେଉଛି ୯୦୭୪୪-୨୬୧୯୧। ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ହେଉଛି ୩୬୮୯-୩୦୬୪-୨୯୯ ଏବଂ IFSC କୋଡ୍ ହେଉଛି SBIN-000-5569 ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ