ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ! ଜଳିଗଲା ଦୋକାନ, ଜଣେ ମୃତ

ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି ।

Gas Cylinder Blast

ରାଉରକେଲାରେ ଏକ ଦୋକାନରେ ନିଆଁଲାଗି ଜଣେ ମୃତ । ୨ ଗୁରୁତର । ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି । ଗ୍ୟାସ୍‌ ସିଲିଣ୍ଡର ଫାଟି ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ତେବେ ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସିଲିଣ୍ଡର ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ, ପୁରା ଅଞ୍ଚଳ ଥରି ଉଠିଥିଲା । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି । ପୋଲିସ ପ୍ରଶାସନ ମଧ୍ୟ ପୁରା ଅଞ୍ଚଳକୁ ଘେରି ରହିଛି । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।