Advertisment

BMC ଅଫିସ୍ ଆଗରେ ଧାରଣାରତ ଦିବ୍ୟାଙ୍ଗମାନଙ୍କ ପତ୍ତା ମିଳୁନି !

ବିଏମସି ଅଫିସ୍ ଆସି ବି ଖୋଜାଖୋଜି କରିଛନ୍ତି। ହେଲେ କାହାଠୁ କୌଣସି ସନ୍ତୋଷଜନକ ଉତ୍ତର ପାଇନାହାନ୍ତି।

ଅଦ୍ୟତନ ହୋଇଛି
BMC

BMC

Advertisment

ଭୁବନେଶ୍ୱର ବିଏମସି ଅଫିସ ଆଗରେ ଧାରଣାରତ ଦିବ୍ୟାଙ୍ଗଙ୍କୁ ଉଠାଇ ନେଲା କିଏ ? ତାକୁ ନେଇ ଉଠିଛି ପ୍ରଶ୍ନ। ଏମିତିକି ଧାରଣାରୁ ହଟାଇ ନିଆଯିବା ପରଠୁ ଆଉ କାହାରି ପତ୍ତା ମିଳୁନଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଘଟଣା ଅଧିକ ସଂଗୀନ ହୋଇ ପଡିଛି ।

Advertisment

ସୂଚନା ଅନୁସାରେ ଥଇଥାନ ଦାବିରେ ୧୦ରୁ ଅଧକ ଦିବ୍ୟାଙ୍ଗ ଛୋଟମୋଟ ବ୍ୟବସାୟୀ ୬ ଦିନ ଧରି ବିଏମସି ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଗତକାଲି ରାତି ପ୍ରାୟ ୮ଟା ବେଳେ ହଠାତ୍ ୨ଟି ଅଜଣା ଗାଡ଼ିରେ ବିଏମସି ଏନଫୋର୍ସମେଣ୍ଟ ଟିମ୍ ଓ କିଛି ଅଧିକାରୀ ଆସି ସେମାନଙ୍କୁ ଜୋରଜବରଦସ୍ତ ଧକ୍କା ମାରି ଓ ଘୋଷାଡ଼ି ନେଇ ଧାରଣାରୁ ହଟାଇ ଦେଇଥିଲେ।

ଏମିତିକି ସେତେବେଳେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ଅଧିକାରୀଙ୍କୁ ଏହାର କାରଣ ସହ ପରିଚୟ ମାଗିଥିଲେ ବି କେହି କିଛି କହିନଥିଲେ। ତେଣେ ଗତକାଲି ଧାରଣାସ୍ଥଳରୁ ଉଠାଇ ନିଆଯାଇଥିବା ଦିବ୍ୟାଙ୍ଗଙ୍କର ପତ୍ତା ମିଳୁନଥିବାରୁ ସେମାନଙ୍କ ପରିବାର ଚିନ୍ତାରେ ପଡ଼ିଛନ୍ତି। ଆଜି ବିଏମସି ଅଫିସ୍ ଆସି ବି ଖୋଜାଖୋଜି କରିଛନ୍ତି। ହେଲେ କାହାଠୁ କୌଣସି ସନ୍ତୋଷଜନକ ଉତ୍ତର ପାଇନାହାନ୍ତି।

Advertisment

ନିଖୋଜ ଥିବା ଦିବ୍ୟାଙ୍ଗମାନେ ମାର୍କେଟ୍ ବିଲଡିଂ ପରିସରରେ ଛୋଟମୋଟ ବ୍ୟବସାୟ କରି ବଞ୍ଚୁଥିଲେ। ହେଲେ ସେମାନଙ୍କୁ ଅନ୍ୟତ୍ର ଭେଣ୍ଡିଂ ଜୋନ୍  ଯୋଗାଇବାର ଲିଖିତ ପ୍ରତିଶ୍ରୁତି ଦେଇ ୨୦୧୯ ମସିହାରେ ଉଠାଇଥିଲା ବିଏମସି। କିନ୍ତୁ ତାହା ଅଦ୍ୟାବଧି ପାଳନ ନହେବାରୁ ଶେଷରେ ୬ଦିନ ଧରି ବିଏମସି ଅଫିସ୍ ଆଗରେ ଧାରଣା ଦେଇଥିଲେ ଦିବ୍ୟାଙ୍ଗ। ତେବେ ଧାରଣାସ୍ଥଳରୁ କାଲି ସେମାନଙ୍କୁ ଜୋର ଜବରଦସ୍ତ ହଟାଇ ନିଆଯିବା ପରଠୁ ଆଉ କୌଣସି ଖୋଜଖବର ମିଳୁନଥିବାରୁ ଚିନ୍ତା ବଢ଼ିଛି। 

Advertisment

BMC Protest Market Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ