Advertisment

ଭାଗ୍ୟ ଖୋଲିଲା ! କୋରାପୁଟ ଶିଶୁ ଯତ୍ନ ଅନୁଷ୍ଠାନରୁ ସିଧା ସ୍ୱିଡେନ...

ସ୍ୱିଡେନରେ ନୂଆ ପରିବାର ପାଇଲା କୁନି ପୁଅ ରାଜେନ୍ଦ୍ର । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନର ଦମ୍ପତି ।

Koraput To Sweden

Koraput To Sweden

Advertisment

ଦିନେ ଶିଶୁ ଯତ୍ନ ଅନୁଷ୍ଠାନରେ ବଢୁଥିଲେ। ଆଉ ଏବେ ସ୍ୱିଡେନରେ ନୂଆ ପରିବାର ପାଇଲେ। କୋରାପୁଟରୁ ସୁଦୂର ସ୍ୱିଡେନ ଯାତ୍ରା। କୋରାପୁଟ ଗୌଡ଼ଗୁଡ଼ା ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନର ଗେହ୍ଲା ପୁଅ ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ସ୍ୱିଡେନର ଏକ ଦଂପତି। ରାଜେନ୍ଦ୍ରଙ୍କୁ ବିଦାୟ ଦେବା ବେଳେ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ ଓ କେୟାର ଟେକର ଭାବବିହ୍ୱଳ ହୋଇପଡ଼ିଥିଲେ ।

Advertisment

କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ସ୍ୱିଡେନର ହାଗଗାଟନର ସ୍ଥାୟୀ ବାସିନ୍ଦା କ୍ଲିଫର୍ଡ ଲୁକ୍ ଥୋମାସ ଓ ଚେରିଲ୍ କେ ଥୋମାସ ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ତାଙ୍କର ପୂର୍ବରୁ ଦୁଇ ଝିଅ ଏବଂ ଗୋଟିଏ ପୁତ୍ର ସନ୍ତାନ ଥିବା ବେଳେ ବଡ଼ ପରିବାରର ସ୍ବପ୍ନ ନେଇ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା କ୍ଲିଫର୍ଡ ଲୁକ୍ ଥୋମାସ କହିଛନ୍ତି।

Orphan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ