Hockey World Cup
ବିଶ୍ୱକପ୍ ହକି ପାଇଁ ଚାଲିଛି ଗ୍ରାଣ୍ଡ ସେଲିବ୍ରେସନ୍ । ଡିଜେ ସଙ୍ଗୀତରେ କମ୍ପୁଛି ବାରବାଟୀ ଷ୍ଟାଡିୟମ । ବଲିଉଡ୍ ଷ୍ଟାର ଦିଶା ପଟାନୀଙ୍କ ସହ ରଣବୀର ସିଂ ଜଲୱା ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ ଲାଗିଛି । ୩ଟାରୁ ଡିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ବେଳେ, ପରେ ପରେ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ମିତି ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ରାପର ବିଗ୍ ଡିଲ୍, ରିତୁରାଜ ମହାନ୍ତି, ସବ୍ୟସାଚୀ-ଅର୍ଚ୍ଚିତାଙ୍କ କାର୍ଯ୍ୟକ୍ରମ ରହିଛି ।
ସନ୍ଧ୍ୟା ୬ଟାରେ ଗ୍ରାଣ୍ଡ ୱେଲକମ୍ କରାଯିବ । ହକି ୱାର୍ଲଡ କପ୍ ସଂଗୀତ ଓ ବ୍ଲାକ ସ୍ୱାନ ଗ୍ରୁପର ଡାନ୍ସ, ବଲିଉଡ୍ ଅଭିନେତା ରଣବୀର ସିଂ ଓ ଦିଶା ପଟାନୀଙ୍କ ଲାଇଭ ପରଫରମାନ୍ସ ମୁଖ୍ୟ ଆକର୍ଷଣ ରହିବ । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673436489.jpg)