Advertisment

ମରିବି ଅମର ଶୁଭଜିତ୍, ୮ ଜଣଙ୍କୁ ନୂଆ ଜୀବନ ଦେବ ୮ ବର୍ଷର କୁନିପୁଅ

ଅଙ୍ଗଦାନ ପାଇଁ ରାଜ୍ୟରେ ସୃଷ୍ଟି ହେଉଛି ସଚେତନତା। ପୁଅର ଅଙ୍ଗଦାନ କରି ପୁଣି ଚର୍ଚ୍ଚାରେ ପିତାମାତାଙ୍କ ମହନୀୟତା।

ଅଦ୍ୟତନ ହୋଇଛି
undefined

Organ Donations

Advertisment

ମରିବି ଅମର ଶୁଭଜିତ୍... ୮ ଜଣଙ୍କୁ ନୂଆ ଜୀବନ ଦେବ ୮ ବର୍ଷର କୁନିପୁଅ। କାହା ଛାତିର ହୃତସ୍ପନ୍ଦନ ସାଜିବ, ତ ଆଉ କିଏ ଦୁନିଆ ଦେଖିବ ଏଇ କୁନିପୁଅର ଆଖିରେ। ନିଜ ସଂସାର ଲୁହରେ ଭାସୁଥିଲେ ବି, ଆଉ ୮ଟି ପରିବାର ମୁହଁରେ ହସ ଫୁଟିବ। ପୁଅ ତ ଫେରିବନି, ହେଲେ ଆଉ ୮ ଜଣଙ୍କୁ ନୂଆ ଆୟୁଷ ମିଳିବ। ଏଇଆ ଭାବି ଛାତିକୁ ପଥର କରି ପୁଅର ଅଙ୍ଗଦାନ କରିଛନ୍ତି ଶୁଭଜିତ୍‌ର ମହାନ୍ ବାପାମାଆ।

Advertisment

ଭୁବନେଶ୍ୱର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭଜିତ। ଗତ ବୁଧବାରର ଘଟଣା। ସକାଳୁ ସକାଳୁ ଖୁସି ମନରେ ସ୍କୁଲକୁ ପରୀକ୍ଷା ଦେବା ପାଇଁ ଗଲା। ହେଲେ କିଛି ସମୟ ପରେ ସ୍କୁଲରୁ ଫୋନ୍‌ ଆସିଲା ଯେ, କ୍ଲାସରୁମରେ ବସିଥିବା ବେଳେ ହଠାତ୍ ସିଜର୍ ବା ଫିଟ୍ସର ଶିକାର ହୋଇଥିଲେ ଶୁଭଜିତ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି, କିଛି ଫଳ ମିଳିଲାନି। ଶେଷରେ ଗୁରୁବାର ବ୍ରେନ୍ ଡେଡ୍ ଘୋଷିତ ହେବା ପରେ, ନିଜ ସୁନା ଶଙ୍ଖାଳିର ସବୁତକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିଦେବାକୁ ନିଷ୍ପତ୍ତି ନେଲେ ବାପାମାଆ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଭୂତାଣୁଜନିତ ସଂକ୍ରମଣ ଯୋଗୁ ଶୁଭଜିତ ରେ’ ସିଣ୍ଡ୍ରୋମର ଶିକାର ହୋଇଥିଲେ। ସାଧାରଣତଃ ୫ରୁ ୧୫ ବର୍ଷ ଶିଶୁଙ୍କ ଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଶୁଭଜିତ ଆଖି ବୁଜିଥିବା ଘରୋଇ ହସ୍ପିଟାଲରେ ଅଙ୍ଗ ସଂଗ୍ରହ କରାଯାଇଥିବା ବେଳେ, ଯଦି ସବୁ କିଛି ସମୟ ଥାଉ ଥାଉ ପ୍ରତ୍ୟାରୋପରଣ ସମ୍ଭବ ହୁଏ, ତେବେ ତାଙ୍କର ଯୋଡ଼ାଏ ଆଖି, ଦୁଇଟି କିଡନୀ, ହୃତପିଣ୍ଡ, ଦୁଇଟି ଫୁସଫୁସ ଓ ପାନକ୍ରିଆଜ ଅନ୍ୟ ଶରୀରରେ ଲାଗିପାରିବ। ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂସ୍ଥା- ସୋଟୋ ଜରିଆରେ ପ୍ରାରମ୍ଭିକ ଭାବେ କିଡନୀ ଗ୍ରହଣ ପାଇଁ ରୋଗୀ ଚିହ୍ନଟ ସରିଥିବା ସୂଚନା ମିଳିଛି।

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଯଦି ଶୁଭଜିତଙ୍କ ପରିବାର ଭଳି ବ୍ରେନ୍‌ ଡେଡ୍ ଘୋଷିତ ବ୍ୟକ୍ତିଙ୍କ ପରିବାର ଅଙ୍ଗଦାନ ପାଇଁ ଆଗେଇ ଆସିବେ, ତେବେ ଅଙ୍ଗଦାତା ଅଭାବରୁ ପ୍ରତିବର୍ଷ ପ୍ରାଣ ହରାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ହେବ।

Bhubaneswar Organ Donation Brain Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ