Advertisment

ବଢିଲା ବିଜୁ ପଟ୍ଟନାୟକ ବିମାନବନ୍ଦର କଳେବର, ଟର୍ମିନାଲ-୧ ସହ ଯୋଡ଼ି ହେଲା ଟର୍ମିନାଲ-୨

ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମନ୍ତ୍ରୀ ଭି.କେ.ସିଂ । ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ହେବ ବ୍ୟବହାର ।

ଅଦ୍ୟତନ ହୋଇଛି
Bhubaneswar Airport

Bhubaneswar Airport

Advertisment

ବଢ଼ିଲା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର କଳେବର । ଉଦଘାଟନ ହେଲା ଲିଙ୍କ୍ ବିଲଡିଂ । ଟର୍ମିନାଲ-୧ ସହ ଯୋଡିହେଲା ଟର୍ମିନାଲ- ୨। ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭି. କେ. ସିଂହ । ୩୩୬୦ ବର୍ଗମିଟର ଅଞ୍ଚଳ ପରିମିତ ନୂଆ ଲିଙ୍କ୍ ବିଲଡିଂ ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ ଯାତ୍ରୀଙ୍କ ଆଗମନ ପାଇଁ ବ୍ୟବହାର ହେବ ।

Advertisment

ଏଥିରେ ଦୁଇଟି କନଭେୟର ବେଲ୍ଟ, ୩ଟି ଏସକାଲେଟର, ୩ଟି ଲିଫ୍ଟ ରହିଛି । ୧୨ଟି ଇମିଗ୍ରେସନ କାଉଣ୍ଟର ରହିଛି ଏହି ଲିଙ୍କ୍ ବିଲ୍ଡିଙ୍ଗରେ । ନୂଆ ଲିଙ୍କ୍ ବିଲ୍ଡିଙ୍ଗ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରର ଯାତ୍ରୀ ପରିବହନ କ୍ଷମତା ପୂର୍ବର ୪.୧୫ ନିୟୁତରୁ ବଢ଼ି ୪.୬୫ ନିୟୁତରେ ପହଞ୍ଚିଛି। ଆଗାମୀ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ବର ବିମାନ ବନ୍ଦରର ଯାତ୍ରୀ ପରିଚାଳନା କ୍ଷମତାକୁ ୮.୮ ନିୟୁତକୁ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ