ବିବାହ ବିଚ୍ଛେଦ ଆବେଦନ ଅଗ୍ରାହ୍ୟ ପରେ ମନକଥା କହିଲେ ଅନୁଭବ, ଶୁଣନ୍ତୁ...

ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ । ତେବେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି କହିଲେ ଅନୁଭବ ।

BJD MP Anubhav Mohanty

ବିବାହ ବିଚ୍ଛେଦ ଆବେଦନ ଅଗ୍ରାହ୍ୟ ପରେ ମନକଥା କହିଲେ ଅନୁଭବ । ପରିବାର ଅଦାଲତ ରାୟ ବିରୋଧରେ ଉପରକୋର୍ଟ ଯିବେ କହିଲେ । ତଳକୋର୍ଟରେ ସମସ୍ତ ୪ଟି ଦିଗ ନେଇ ଯୁକ୍ତି ଦର୍ଶାଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ କୋର୍ଟ ଆବେଦନ ଗ୍ରହଣ କଲେନି ବୋଲି ସେ କହିଛନ୍ତି ।

ଏହାସହ ସେ କହିଛନ୍ତି, କୋର୍ଟଙ୍କ ରାୟ ଦୁର୍ଭାଗ୍ୟଜନକ, ଏଭଳି ରାୟ ଆସିବ ଆଶା କରିନଥିଲୁ । ହାଇକୋର୍ଟ ପରେ ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବୁ, ଆଶା ନ୍ୟାୟ ମିଳିବ । ବିବାହ ବିଚ୍ଛେଦ ହୋଇଗଲେ ପୁଣି ବିବାହ କରିବେ ପ୍ରଶ୍ନରେ ଅନୁଭବ କହିଲେ, ଗୋଟିଏ ବିବାହ କରି ନାମ ନେଉଛି । କୋର୍ଟ ଦଉଡ଼ି ଦଉଡ଼ି ନୟାନ୍ତ ହେଲିଣି । ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ ।’ ଅନ୍ୟପଟେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି ମଦ୍ୟ କହିଛନ୍ତି ।