Advertisment

ଏଣିକି ପ୍ରତି ଶନିବାର ହାଇକୋର୍ଟ ବୁଲିବେ ସାଧାରଣ ଜନତା

ପ୍ରତି ସିଫଟରେ ୪୦ ଜଣ ହାଇକୋର୍ଟ ଭିତରକୁ ଯାଇପାରିବେ।

ଅଦ୍ୟତନ ହୋଇଛି
Odisha High Court

High Court

Advertisment

ହାଇକୋର୍ଟ ବୁଲିବେ ସାଧାରଣ ଜନତା। ଏବେ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଓଡ଼ିଶା ହାଇକୋର୍ଟ । ହାଇକୋର୍ଟ ଭିତରକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ କଟକଣା ଥିବା ବେଳେ ଏଥର ସପ୍ତାହର ପ୍ରତି ଶନିବାର ସରକାରୀ ଛୁଟି ଦିନ ବ୍ୟତୀତ ଲୋକମାନେ ହାଇକୋର୍ଟ ବୁଲି ପାରିବେ।
ପ୍ରତ୍ୟେକ ଶନିବାର ଦୁଇଟି ସିପ୍ଟରେ ହାଇକୋର୍ଟରେ ବୁଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତି ସିଫଟରେ ୪୦ ଜଣ ହାଇକୋର୍ଟ ଭିତରକୁ ଯାଇପାରିବେ।

Advertisment

ସକାଳ ୧୦ରୁ ସାଢ଼େ ୧୧ ପ୍ରଥମ ସିଫଟ ଓ ସାଢ଼େ ୧୧ଟାରୁ ଦିନ ୧ଟା ଯାଏ ଦ୍ୱିତୀୟ ସିଫଟରେ ଲୋକମାନେ ଭିତରକୁ ପ୍ରବେଶ କରି ବୁଲି ପାରିବେ। ଏଥି ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କାର୍ଯ୍ୟ ଦିବସର ଅପରାହ୍ଣ ୨ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିହେବ। ହାଇକୋର୍ଟ ପରିସରରେ ଥିବା ଭିଜିଟର ପାସ କାଉଣ୍ଟରରେ ଏଥିପାଇଁ ନିଜର ପରିଚୟ ପତ୍ର ଦେଖାଇ ରେଜିଷ୍ଟ୍ରେସନ କରି ହେବ। ରେଜିଷ୍ଟ୍ରେସନ ସମୟ ଓ ଭିତର ବୁଲିବାକୁ ଗଲା ବେଳେ ପରିଚୟପତ୍ର ସାଙ୍ଗରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି।

Orissa High Court High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ