Advertisment

ଦୁର୍ଭିକ୍ଷରୁ ବାଟ କଢ଼େଇଥିଲେ ବିଶିଷ୍ଟ କୃଷି ବିଜ୍ଞାନୀ ଏମ୍ଏ‌ସ୍‌ ସ୍ୱାମୀନାଥନ

ସବୁଜ ବିପ୍ଲବର ଜନକ ସ୍ୱାମୀନାଥନ । ଦେଶରୁ ଖାଦ୍ୟ ସଂକଟ ଦୂର କରିବାରେ ପ୍ରମୁଖ ଭୂମିକା ।

Swaminathan

Swaminathan

Advertisment

ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍‌ଏସ୍‌ ସ୍ୱାମୀନାଥନଙ୍କ ପରଲୋକ। ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଭାରତରେ ସବୁଜ ବିପ୍ଲବର ଜନକ ଭାବେ ପରିଚିତ ଏମ୍‌ଏସ୍ ସ୍ୱାମୀନାଥନ। ତାଙ୍କ ଉଦ୍ୟମରେ ଭାରତରେ ଧାନ ଓ ଗହମର ଉନ୍ନତ କିଶମର ବିକାଶ ଓ ଉତ୍ପାଦନରେ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଘଟିଥିଲା ।

Advertisment

ଦେଶରେ ଖାଦ୍ୟ ସଂକଟ ଦୂର କରିବାରେ ସ୍ୱାମୀନାଥନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୬୦ ଦଶକରେ ଦେଶରେ ଦୁର୍ଭିକ୍ଷ ଭଳି ସ୍ଥିତିର ମୁକାବିଲା ଏବଂ ଖାଦ୍ୟାଭାବ ଦୂର କରିବାରେ ଆମେରିକା ବୈଜ୍ଞାନିକ ନର୍ମାନ ବୋରଲଗଙ୍କ ସହ ମିଶି ଅଭିଯାନ ଚଳାଇଥିଲେ। ୧୯୮୭ରେ ସ୍ୱାମୀନାଥନଙ୍କୁ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ପୁରସ୍କାରକୁ କୃଷି ଜଗତରେ ସର୍ବଶ୍ରେଷ୍ଠ ପୁରସ୍କାର ଭାବେ ପରିଗଣିତ କରାଯାଉଛି।

୧୯୭୧ରେ ରେମନ ମାଗାସେସେ ଏବଂ ୧୯୮୬ରେ ବିଜ୍ଞାନରେ ଆଲବର୍ଟ ଆଇନଷ୍ଟାଇନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହାସହ କେନ୍ଦ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ମଧ୍ୟ ରହିଥିଲେ ସ୍ୱାମୀନାଥନ। କେନ୍ଦ୍ରରେ ଯୋଜନା କମିଶନର ଉପାଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ରହିଥିଲେ ଏମ୍‌ଏସ୍ ସ୍ୱାମୀନାଥନ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ