Advertisment

ଅଣ୍ଡା ବଢ଼ାଉଛି ଅଡୁଆ ! ଖୋଲା ବଜାରରେ ଚଢ଼ା ଦର, ନିଅଣ୍ଟ ପଡୁଛି ଅଣ୍ଡା

ଅଣ୍ଡା ପାଇଁ ସରକାର ଦେଉଥିବା ଟଙ୍କା ପର୍ଯ୍ୟାପ୍ତ ହେଉନି କହିଲେ ଅଙ୍ଗନୱାଡ଼ି କର୍ମୀ ।

ଅଦ୍ୟତନ ହୋଇଛି
undefined

Egg

Advertisment

ଅଣ୍ଡା ଦରରେ ଲାଗିଛି ନିଆଁ। ପ୍ରଭାବିତ ଅଙ୍ଗନବାଡି କେନ୍ଦ୍ର। ମଧ୍ୟାହ୍ନ ଭୋଜନର ଥାଳିରେ ବି ଅଣ୍ଡା ଖେଳୁଛି ଲୁଚକାଳି। ସରକାର ଅଣ୍ଡା ପ୍ରତି ୫ ଟଙ୍କା ଦେଉଛନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଅଣ୍ଡା ଦର ଏବେ ୭ ଟଙ୍କା। ରାଜ୍ୟର ଆଉ କିଛି ସ୍ଥାନରେ ତ ଅଣ୍ଡା ଦର ୮ ରୁ ୯ଟଙ୍କାରେ ପହଞ୍ଚିଲାଣି। ମାନେ ସରକାର ଦେଉଥିବା ଟଙ୍କା ଓ ବଜାର ଦର ଭିତରେ ପାଖାପାଖି ୩ଟଙ୍କା ଫରକ। ଏକଥା ସରକାର ବି ଜାଣିଛନ୍ତି। ହେଲେ ପୁଷ୍ଟିକର ଖାଦ୍ୟ ଯୋଜନା ପାଇଁ ଯେମିତି ଚାହିଁ ଜଳକା ଖେଳ ଖେଳୁଛନ୍ତି।

Advertisment

ଏଭଳିସ୍ଥଳେ ଅଙ୍ଗନବାଡି କର୍ମୀ ବି ନାଚାର। କେତେବେଳେ ବାଁ ଡାହାଣ କରି ତ ଆଉ କେତେବେଳେ ପିଲାଙ୍କ ସଂଖ୍ୟାକୁ ବଢାଇ ଅଣ୍ଡା ଦେବାକୁ ବାଧ୍ୟ ହେଉଛନ୍ତି। ପ୍ରସୂତୀଙ୍କୁ ମାସକୁ ୧୨ଟି ଅଣ୍ଡା ଦେବା ଲାଗି ନିୟମ ରହିଛି। କିନ୍ତୁ ଦିଆଯାଉଛି ମାତ୍ର ୧୦ଟି। ସେହିପରି ସପ୍ତାହକୁ ୫ ଦିନ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ ବ୍ୟବସ୍ଥା ଥିଲେ ବି ଏହା ସବୁବେଳେ ସମ୍ଭବ ହେଉନି।

ଅପରପକ୍ଷେ ସ୍ବଳ୍ପ ବେତନରେ ଅଙ୍ଗନବାଡି କର୍ମୀ ଓ ସ୍କୁଲ୍ କର୍ତ୍ତୃପକ୍ଷ ନିଜ ହାତରୁ ପଇସା ଦେଇ ପିଲାଙ୍କ ପାଇଁ ଅଣ୍ଡା କିଣୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସାରା ରାଜ୍ୟରେ ଏପରି ସ୍ଥିତି।

Advertisment

ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ମିଲ୍ ପିଛା ୫ଟଙ୍କା ୯୦ ପଇସା ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମିଲ୍ ପିଛା ୮ଟଙ୍କା ୮୦ ପଇସା ସରକାର ଦେଉଛନ୍ତି। ଏତେ କମ୍ ଟଙ୍କାରେ ପିଲାଙ୍କୁ ଅଣ୍ଡା ସହ ରନ୍ଧା ଖାଦ୍ୟ ଦେବା ସମ୍ଭବ ନୁହେଁ। ସେଥିପାଇଁ ପ୍ରତିଦିନ ପିଲାଙ୍କୁ ଅଣ୍ଡା ଦିଆଯାଇପାରୁନି ବୋଲି ଶିକ୍ଷକ ଶିକ୍ଷୟିତ୍ରୀ କହିଛନ୍ତି। ଅଙ୍ଗନୱାଡି ସଂଘଗୁଡିକ ଜିଲ୍ଲାପାଳମାନଙ୍କୁ ବି ମହରଗ ସମ୍ପର୍କରେ ଅବଗତ କରିଛନ୍ତି। ମାତ୍ର ଏଯାଏ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି।

ଯୋଜନାର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟି ଦୂର କରିବା। କିନ୍ତୁ ସେହି ଯୋଜନାରେ ଶିଶୁ ଓ ପ୍ରସୂତୀଙ୍କୁ ଠିକରେ ଅଣ୍ଡା ନମିଳିବା ଚିନ୍ତାଜନକ ବିଷୟ ।

Advertisment

Egg Midday Meal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ