Advertisment

ପୁରଣ ହେଲା ସ୍ୱପ୍ନ ! ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ୍

ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରତିଦିନ ନୀଳଗିରିରୁ ବାଲେଶ୍ବର ଟ୍ରେନ ୩ ଥର ଚାଲିବ ।

Suryavanshi Suraj

Suryavanshi Suraj

Advertisment

ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ। ପୂରଣ ହେବ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ। ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡିବ ଟ୍ରେନ। ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଟ୍ରେନ ଟି ପ୍ରତିଦିନ ତିନିଥର ଲେଖାଏଁ ନୀଳଗିରିରୁ ବାଲେଶ୍ୱର ଯିବା ଆସିବା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ନୀଳଗିରିରୁ ଭୁବନେଶ୍ୱର ଓ କୋଲକାତାକୁ ଟ୍ରେନ ଚଳାଚଳ ଲାଗି ଯୋଜନା ରହିଛି। 

Advertisment

କିଛି ଦିନ ପୂର୍ବରୁ ଦଶପଲ୍ଲାକୁ ମଧ୍ୟ ଟ୍ରେନ୍‌ ଗଡ଼ିଛି । ତାହା ମଧ୍ୟ ସେଠାକାର ଲୋକଙ୍କ ପାଇଁ ବଡ଼ ସ୍ୱପ୍ନ ଥିଲା । ଦଶପଲ୍ଲା ଦେଖିଲା ଟ୍ରେନ୍‌ । ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଥିଲା ରେଳ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ପୁରୀ ଯାଉଥିବା ଏହି ଟ୍ରେନର ଶୁଭାରମ୍ଭ କରିଥିଲେ। ନବନିର୍ମିତ ଦଶପଲ୍ଲା ରେଳ ଷ୍ଟେସନର ମଧ୍ୟ ଉଦଘାଟନ କରିଥିଲେ ବୈଷ୍ଣବ। ଟ୍ରେନ୍ ଚାଲିବା ନେଇ ଦଶପଲ୍ଲାବାସୀ ଏତେ ଖୁସି ଥିଲେ ଯେ କୀର୍ତ୍ତନ କରି, ଦୁଲଦୁଲି ବାଜା ବଜାଇ ସେଲିବ୍ରେସନ କରିଥିଲେ।

Advertisment

Train Nilagiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ