/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679633531.jpg)
High way, Free Way, Express Way
ସାଧାରଣ ଲୋକଟିଏ ରାସ୍ତାରେ ଯିବା କଥା ସେ ଯାଇଥାଏ । ତାର ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଯେଉଁ ରାସ୍ତା ପଡ଼ିଥାଏ, ସେ ସେହି ରାସ୍ତା ଦେଇ ଯାଏ । କିନ୍ତୁ କେବେ ବି ଜାଣିବାକୁ ଚେଷ୍ଟା କରିନଥାଏ ସେହି ରାସ୍ତାର ପରିଚୟ କ’ଣ ? ଆଜ୍ଞା ହଁ ସାଧାରଣ ଲୋକମାନେ ନାସନାଲ ହାଇୱେ ବା ଷ୍ଟେଟ୍ ହାଇୱେ ବିଷୟରେ କଥା ହୋଇଥାନ୍ତି । କିନ୍ତୁ ତାହାରି ଭିତରେ ବି ସାଧାରଣ ରାସ୍ତା ଭଳି ଦେଖାଯାଉଥିବା ସଡ଼କ ମଧ୍ୟରେ ଅନେକ ଫରକ ରହିଛି । ଯାହାକୁ ସାଧାରଣତଃ ଲୋକେ ଜାଣିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି । କିମ୍ବା ତାଙ୍କର ସେଥିରେ କୌଣସି ପ୍ରକାର ଅଗ୍ରହ ନଥାଏ । କିନ୍ତୁ ସାଧାରଣ ଜୀବନରେ ଏହା ଜାଣିବା ଅତ୍ୟନ୍ତ ଜରୁରୀ ।
ସାଧାରଣତଃ ଯିବା ଆସିବା ପାଇଁ ଆମେ ସଡ଼କ ପଥ ବ୍ୟବହାର କରିଥାଉ । ବିଶେଷ କରି ଦେଶ ଭିତରେ କିମ୍ବା ରାଜ୍ୟ ଭିତରେ ସାଧାରଣ ଲୋକଟିଏ ଯଦି କୁଆଡ଼େ ଯିବାକୁ ଚାହୁଁଛି ତେବେ ସଡ଼କ ପଥ ହିଁ ବ୍ୟବହାର କରିଥାଏ । ତେବେ ଆପଣ ଜାଣନ୍ତି କି ସଡ଼କ ବିଭିନ୍ନ ପ୍ରକାରର ହୋଇଥାଏ । ଯେମିତିକି ହାଇୱେ, ଏକ୍ସପ୍ରେସ୍ୱେ, ଫ୍ରିୱେ । ଆପଣଶଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ ରାସ୍ତା ତ ରାସ୍ତା, ଏହା ମଧ୍ୟରେ ଫରକ କ’ଣ ? କାହିଁକି ଏହାକୁ ଏଭଳି ବିଭିନ୍ନ ପ୍ରକାର ନାଁରେ ପାର୍ଥକ୍ୟ ସୃଷ୍ଟି କରାଯାଇଛି ।
ତେବେ ଆସନ୍ତୁ ଜାଣିବା ହାଇୱେ, ଏକ୍ସପ୍ରେସ୍ୱେ ଓ ଫ୍ରିୱେ ମଧ୍ୟରେ କ’ଣ ରହିଛି ତଫାତ୍ ?
ଫ୍ରି-ୱେ
ଏହା ଚାରି ଲେନ୍ ବିଶିଷ୍ଟ ଏକ ସାଧାରଣ ରାସ୍ତା । ଏଥିରେ କୌଣସି ବି ଯାନବାହାନ ଯାଆସ କରିପାରିବେ ।
ଏକ୍ସପ୍ରେସ୍-ୱେ
ଏକ୍ସପ୍ରେସ୍-ୱେ ହେଉଛି ଏକ ହାଇଲେବୁଲ ରାସ୍ତା । ଏହାର ମାନ ସାଧାରଣ ରାସ୍ତା ଅପେକ୍ଷା ଅଧିକ ରହିଥାଏ । ଏହା ଅତି କମ୍ରେ ୬ ରୁ ୮ ଲେନ୍ ବିଶିଷ୍ଟ ହୋଇଥାଏ । ଗାଡ଼ି ଗୁଡ଼ିକ ଦ୍ରୁତ ଗତିରେ ଯିବା ପାଇଁ ଏହି ରାସ୍ତା ପ୍ରସ୍ତତ କରାଯାଇଥାଏ ।
ହାଇ-ୱେ
ଏହି ରାସ୍ତା ବଡ଼ ସହର କିମ୍ବା ଗାଁକୁ ଯୋଡ଼ିବା ପାଇଁ କରାଯାଇଥାଏ । ଏହା ସାଧାରଣତଃ ଦୁଇ କିମ୍ବା ୪ ଲେନ୍ ବିଶିଷ୍ଟ ସଡ଼କ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)