Puri Diarrhoea
ପୁରୀ ସହରରେ ବ୍ୟାପୁଛି ଝାଡାବାନ୍ତି । ଦୂଷିତ ପାଣି ପିଇ ଝାଡା ବାନ୍ତିରେ ଆକ୍ରାନ୍ତ ଥିବା ପଦ୍ମଚରଣ ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଗତ ୧୨ ତାରିଖରୁ ତାଙ୍କର ଝାଡାବାନ୍ତି ଲାଗିରହିଥିଲା । ଗୁରୁବାର କିଛିଟା ସୁସ୍ଥ ଅନୁଭବ କରିଥିଲେ । କିନ୍ତୁ ଗତ ରାତିରେ ପଦ୍ମଚରଣଙ୍କର ମୃତ୍ୟୁ ହୋଇଯାଇଛି । ଡାଇରିଆ ଯୋଗୁଁ ପଦ୍ମଚରଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପଦ୍ମଚରଣଙ୍କୁ ମିଶାଇ ଡାଇରିଆରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି ।
ଏହାପୂର୍ବରୁ ପୁରୀ ଡାକ୍ତରଖାନାରେ ଆଖି ବୁଜିଥିଲେ ଜଣେ ମହିଳା । ତାଙ୍କ ନାଁ ବାସନ୍ତୀ ଦାଶ । ପୁରୀ ବିମାନବଡୁ ସାହିର ବାସନ୍ତୀ ଦୁଇ-ତିନି ଦିନ ଧରି ମଇଳା ପାଣି ପିଇ ପେଟ ରୋଗରେ ଆକ୍ରାନ୍ତ ଥିଲେ । ଗତକାଲି ପରିବାର ଲୋକେ ଚିକିତ୍ସା ପାଇଁ ପୁରୀ ମେଡିକାଲକୁ ନେଇଥିଲେ । ତାଙ୍କର ମୃତ୍ୟୁ ବିଷାକ୍ତ ପାଣି ପିଇ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ସଦସ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671248102.jpg)