hanuman ji
ବଜରଙ୍ଗବାଲୀଙ୍କ ଆଖିରେ କିଏ ଦେଲା ଲୁହ ? କାହିଁକି କାନ୍ଦୁଛନ୍ତି ସଙ୍କଟ ମୋଚକ ? ଉତ୍ତରପ୍ରଦେଶର କାନପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କୋୟଲା ନଗର ପରିସରରେ ହନୁମାନଙ୍କର ଏକ ମନ୍ଦିର ନିର୍ମାଣ କରାଯାଇଛି । ତେବେ ମନ୍ଦିରରେ ଥିବା ପ୍ରତିମା ଆଖିରୁ ଲୁହ ବାହାରୁଥିବା ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା । ତେବେ ପରେ ଏହି ଭିଡିଓକୁ ହଟାଇ ଦିଆଯାଇଛି ।
ବୁଧବାର ଦିନ ସକାଳେ ଜଣେ କନଷ୍ଟେବଳ ପୂଜା କରିବା ପାଇଁ ହନୁମାନଙ୍କ ମନ୍ଦିରକୁ ଯାଇଥିଲେ । ହେଲେ ପୂଜା କରୁଥିବା ସମୟରେ ହନୁମାନ ପ୍ରତିମାଙ୍କ ଆଖିରୁ ଲୁହ ବାହାରୁଥିବା ସେ ଦେଖିବାକୁ ପାଇଥିଲେ । ସେ ମନ୍ଦିରରୁ ବାହାରିବା ମାତ୍ରେ ନିଜ ପରିବାର ପ୍ରିୟଜନଙ୍କୁ ଏସମ୍ପର୍କରେ କହିଥିଲେ । ଏହିଭିଳି ଭାବରେ ଘଟଣାଟି ଅଳ୍ପ ସମୟ ମଧ୍ୟରେ ପ୍ରଘଟ ହୋଇଯାଇଥିଲା । ଅନେକ ଲୋକ ସେହି ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ଭିଡ଼ ଜମାଇଥିଲେ । କେବଳ ଏତିକି ନୁହେଁ ଏକଥା ଶୁଣି ଥାନାରେ ଥିବା ଅନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ଦର୍ଶନ ପାଇଁ ମନ୍ଦିରକୁ ଧାଇଁଲେ ।
ଅଧିକ ପଢ଼ନ୍ତୁ: ଯୋରନ୍ଦା ମେଳାରେ ହଠାତ୍ ଉଭା ହେଲେ ହନୁମାନ!
ଏସିପି ଅମରନାଥଙ୍କ ଅନୁଯାୟୀ, ଯେତେବେଳେ ମୁଁ ଏହି ବିଷୟରେ ଜାଣିଲି, ମୁଁ ମଧ୍ୟ ଯାଇ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲି । କିନ୍ତୁ ମୁଁ ସେପରି କୌଣସି ଦୃଶ୍ୟ ଦେଖିବାକୁ ପାଇନଥିଲା । ବଜରଙ୍ଗବାଲି ବାବା ନିଜେ ତ୍ରାଣକର୍ତ୍ତା, ସେ କାହିଁକି କାନ୍ଦିବେ ? କିଏ ଭିଡିଓକୁ ଭାଇରାଲ କରିଛି ଏବଂ କାହା ଦ୍ୱାରା ଏଡିଟ୍ କରାଯାଇଛି । କିଏ ଭିଡିଓ ତିଆରି କରିଛି ଏବଂ କାହା ଦ୍ୱାରା ପ୍ରସାରଣ କରାଯାଇଛି, ଏହାର ଅନୁସନ୍ଧାନ କରାଯିବ । ଏସିପି କହିଛନ୍ତି ଏନେଇ ସେ ଇନ୍ସପେକ୍ଟରଙ୍କ ସହ କଥା ହୋଇଛନ୍ତି । ସେ ଏଭଳି କଥାକୁ ଅସ୍ୱୀକାର କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hanuman_ji_1680771393.jpg)