Advertisment

କବି ବସନ୍ତ ମୁଦୁଲିଙ୍କ ୩୭ ତମ ସ୍ମତି ସମାରୋହ; ଦେବାଶିଷଙ୍କୁ ମିଳିଲା 'କବି ବସନ୍ତ ମୁଦୁଲି କବିତା ପୁରସ୍କାର'...

ଆଜି ଭଦ୍ରକ ସ୍ଥିତ ସଂସ୍କୃତି ଭବନଠାରେ ପୂର୍ବାହ୍ନ ୧୦ ଘଟିକାରେ କ୍ରାନ୍ତିକାରୀ କବି ବସନ୍ତ ମୁଦୁଲିଙ୍କ ୩୭ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି।

Death Aniversarry of Poet Basant Muduli

Death Aniversarry of Poet Basant Muduli

Advertisment

ଆଜି ଅନୁଷ୍ଠିତ ହୋଇଛି କବି ବସନ୍ତ ମୁଦୁଲିଙ୍କ ୩୭ ତମ ସ୍ମତି ସମାରୋହ । କବି ବସନ୍ତ ମୁଦୁଲିଙ୍କ କବିତାରେ ବିଦ୍ରୋହ ନୁହେଁ ମାନବବାଦର ସ୍ବର ଝଙ୍କୃତ ହୋଇଥାଏ । ସ୍ବଳ୍ପ କାଳର ଆୟୁଷ ନେଇ କବି ବସନ୍ତ ମୁଦୁଲି ରାଶି ରାଶି କବିତା ରଚନା କରିଯାଇଥିବା ବେଳେ ସେସବୁରେ ମାଟିକୁ ଓ ସମଗ୍ର ମାନବ ଜାତିକୁ ଭଲ ପାଇବାର ବାର୍ତା ସେ ଦେଇଯାଇଛନ୍ତି। ତାଙ୍କର କବିତା ସତ୍ୟର ଜୟଗାନ କରେ । ଯିଏ ସତ୍ୟ କହିବ ସେ ତ ବ୍ୟବସ୍ଥାକୁ ବିରୋଧ କରିବ। ଏ ସତ୍ୟ କବି ହୃଦୟର, କବିତାର ଚରିତ୍ରର ସତ୍ୟ। କବିତାର ଚରିତ୍ର ହେଉଛି ସତ୍ୟ ଓ ପ୍ରେମ । ଏହି ସତ୍ୟତା ଓ ମାନବପ୍ରେମକୁ ନେଇ କବି ବସନ୍ତ ମୁଦୁଲି ଆଜିବି ଜନମାନସରେ ବଞ୍ଚି ରହିଛନ୍ତି ବୋଲି ୩୭ ତମ ସ୍ମତି ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। 

Advertisment

ଆଜି ଭଦ୍ରକ ସ୍ଥିତ ସଂସ୍କୃତି ଭବନଠାରେ ପୂର୍ବାହ୍ନ ୧୦ ଘଟିକାରେ କ୍ରାନ୍ତିକାରୀ କବି ବସନ୍ତ ମୁଦୁଲିଙ୍କ ୩୭ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦର ସଭାପତି ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ କହିଥିଲେ ଯେ, 'କବି ବସନ୍ତ ମୁଦୁଲିଙ୍କୁ ବିଦ୍ରୋହୀ କବି ଭାବରେ ବର୍ଣ୍ଣନା କରାଯାଉଥିବା ବେଳେ ପ୍ରକୃତରେ ସେ ତାଙ୍କ କବିତାରେ ମାନବବାଦର କଥା ବଖାଣିଛନ୍ତି'। 

ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବୟିତ୍ରୀ ଅପର୍ଣ୍ଣା ମହାନ୍ତି ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, 'ପ୍ରତ୍ୟେକ କବିତାର ଗୋଟିଏ ଚରିତ୍ର ଥାଏ ଆଉ ସେଇ ଚରିତ୍ର ହେଉଛି ସତ୍ୟ ଓ ପ୍ରେମ। କବିତାର ଚରିତ୍ରରେ ସତ୍ୟତା ରହିବା ଜରୁରୀ'। ଏହି ଅବସରରେ ଯୁବ କବି ଜ୍ଞାନୀ ଦେବାଶିଷ ମିଶ୍ରଙ୍କୁ ଚଳିତବର୍ଷର 'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ସ୍ବରୂପ ୫ ହଜାର ନଗଦ ରାଶି ସହିତ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। 

Advertisment

ପ୍ରାରମ୍ଭରେ ସଂପାଦକୀୟ ବିବରଣୀ ପାଠ କରିଥିଲେ ସଂସଦର ସଂପାଦକ କୃଷ୍ଣ କୁମାର ମହାନ୍ତି। ସ୍ୱାଗତ ଭାଷଣ ସଂସଦର କାର୍ଯ୍ୟକାରୀ ସଭାପତି କବି ନିରାକାର ଦାସ। ଅତିଥି ପରିଚୟ ପ୍ରଦାନ କରିଥିଲେ ସଂସଦର ଉପସଭାପତି କବି କିଶୋର ପାଣିଗ୍ରାହୀ। ଏହି ଅବସରରେ କବି ବସନ୍ତ ମୁଦୁଲିଙ୍କ କବିତା ପାଠ କରିଥିଲେ କବି ସରୋଜ ବଳ, ଗାଳ୍ପିକା ହିରଣ୍ମୟୀ ମିଶ୍ର, କବୟିତ୍ରୀ ମମତା ସାହୁ। କବି ପତିତପାବନ ପାଣି ମାନପତ୍ର ପାଠ କରିଥିଲେ। ପ୍ରାରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ସଙ୍ଗୀତଜ୍ଞ ରୁଦ୍ର ମାଧବ ବାରିକ ଏବଂ ତାଙ୍କ ସାଥୀ। ଉଦଯାପନ ସଙ୍ଗୀତ ଗାନ କରିଥିଲେ ସଙ୍ଗୀତଜ୍ଞ ସୁବାସ ରାମ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହସଂପାଦକ ଅମିତାଭ ଖିଲାର। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି ଓ ଲେଖକମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ