Advertisment

ଉଦଘାଟନକୁ ମାସେ ପୁରିଲା, ଖୋଲୁନି ଅର୍ବାନ ହାଟ

କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଥମିବାର ନା ଧରୁନି। ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ବଢିବାରୁ ହାଟ ଖୋଲିପାରୁନି । ଦେଖନ୍ତୁ ଉଦଘାଟନ ପରେ କେମିତି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ହାଟ ।

Urban Market

Urban Market

Advertisment

ଉଦଘାଟନକୁ ପାଖାପାଖି ମାସେ ହେବାକୁ ବସିଲାଣି ହେଲେ ଆରମ୍ଭ ହୋଇପାରୁନି କଟକ ଛତ୍ରବଜାର ଅର୍ବାନ ପରିବା ହାଟ । ଖୋଦ୍ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଥିଲେ ବି ବିବାଦ ଯୋଗୁଁ ନବନିର୍ମିତ ପରିବା ହାଟ ଖୋଲି ପାରୁନାହିଁ। ପିଣ୍ଡି ଆବଣ୍ଟନକୁ ନେଇ
ବିବାଦ ଦେଖାଦେଇଛି । ବିଧାୟକ ସୌଭିକ ବିଶ୍ୱାଳ ଓ କ୍ରିୟାନୁଷ୍ଠାନ କମିଟି ଯେଉଁ ଟୋକନ୍ ବାଣ୍ଟିଥିଲେ ତାହା ନୁହେଁ ବରଂ ସିଏମସି ନୂତନ ଭାବେ ଯାଞ୍ଚ କରି ପୁଣି ଆବଣ୍ଟନ କରିବ ବୋଲି କମିଶନର କହିଛନ୍ତି ।

Advertisment

କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଥମିବାର ନା ଧରୁନି। ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ବଢିବାରୁ ହାଟ ଖୋଲିପାରୁନି । ଦେଖନ୍ତୁ ଉଦଘାଟନ ପରେ କେମିତି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ହାଟ । ପିଣ୍ଡି ଆବଣ୍ଟନ ପାଇଁ ଛତ୍ରବଜାର ବ୍ୟବସ୍ୟାୟୀ ସଂଘ ଓ ମାଲଗୋଦାମ ବ୍ୟବସ୍ୟାୟୀ ସଂଘକୁ ନେଇ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଥିଲା । ବିଧାୟକ ସୌଭିକ ବିଶ୍ୱାଳ ଓ କ୍ରିୟାନୁଷ୍ଠାନ କମିଟି ପିଣ୍ଡି ପାଇଁ ଯେଉଁ ଟୋକନ ବାଣ୍ଟିଥିଲେ ତାକୁ ନେଇ ମଧ୍ୟ ବିବାଦ ଦେଖାଗଲା । ଯୋଗ୍ୟ ବ୍ୟବସ୍ୟାୟୀଙ୍କୁ ଟୋକନ୍ ଦିଆଯାଇନଥିବା ଦର୍ଶାଇ ଛତ୍ରବଜାର ବ୍ୟବସ୍ୟାୟୀ ସଂଘ ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ଅର୍ବାନ ହାଟ ଆରମ୍ଭ ହୋଇନପାରିବା ସହ ବିବାଦ ବଢିବା ଯୋଗୁଁ ଏବେ ସିଏମସି ପିଣ୍ଡି ଆବଣ୍ଟନ ଦାୟିତ୍ୱ ନିଜ ହାତକୁ ନେଇଛି। ଏ ନେଇ ସିଏମସି ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ପ୍ରକୃତ ବ୍ୟବସ୍ୟାୟୀଙ୍କୁ ଚିହ୍ନଟ କରାଯାଇ ପିଣ୍ଡି ଆବଣ୍ଟନ କରିବ ବୋଲି ସିଏମସି କହିଛି। ପୂର୍ବରୁ ବିଧାୟକ ସୌଭିକ ବିଶ୍ୱାଳ ଓ କ୍ରିୟାନୁଷ୍ଠାନ କମିଟି ପିଣ୍ଡି ପାଇଁ ଯେଉଁ ଟୋକନ ବାଣ୍ଟିଛନ୍ତି ତାହା ବାତିଲ ହେବା। ଆବଶ୍ୟକ ସ୍ଥଳେ ପୁନର୍ବାର ଯାଞ୍ଚ ହେବ ବୋଲି ସିଏମସି କମିଶନର କହିଛନ୍ତି।

Advertisment

ହାଟର ରକ୍ଷଣାବେକ୍ଷଣ ପାଇଁ ଏସଏଜି ଗ୍ରୁପକୁ ସାମିଲ କରାଯିବା ସହ ପ୍ରତି ବ୍ୟବସ୍ୟାୟୀ ୨୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଆସନ୍ତା ୧୫ ତାରିଖ ସୁଦ୍ଧା ହାଟ ଆରମ୍ଭ ହେବ ବୋଲି ବୋଲି କମିଶନର କହିଛନ୍ତି। 

Odisha Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ