Advertisment

ଆସିବେ ମାଆ: ଚଳଚଞ୍ଚଳ ସିଲଭର୍ ସିଟି, ବିଭିନ୍ନ ପୂଜା ମଣ୍ଡପରେ ଜୋରସୋରରେ ପ୍ରସ୍ତୁତି

ଶିଳ୍ପୀଙ୍କୁ ତର ନାହିଁ..ମେଢ଼ ନିର୍ମାଣରେ ଦିନ ରାତି ବିତୁଛି..ଧାର୍ଯ୍ୟ ସମୟ ଆଗରୁ କାମ ସାରିବାକୁ ପଡ଼ିବ।

ଅଦ୍ୟତନ ହୋଇଛି
Cuttack Dussehra 2023

cuttack

Advertisment

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭରସିଟି କଟକ। ସହରର ବିଭିନ୍ନ ପୂଜା ମଣ୍ଡପରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ସୁନା ଚାନ୍ଦି ମେଢରେ ଝଲସିବ ପୂଜା ପେଣ୍ଡାଲ । ଧରାପୃଷ୍ଠରେ ମହାମାୟୀଙ୍କର ହେବ ଆବାହନ । ଏଥିପାଇଁ ଶିଳ୍ପୀ ହାତକୁ ଆଉ ତର ନାହିଁ । ଚାନ୍ଦି ମେଢ ପାଇଁ ସାରା ଦେଶରେ ପ୍ରସିଦ୍ଧ କଟକରେ ଏଥର ୩୧ଟି ମଣ୍ଡପ ହେଉଛି । ଅନ୍ୟପଟେ ଚଳିତବର୍ଷ ୪ ଟି ନୂତନ ଚାନ୍ଦି ମେଢ଼ ସ୍ଥାନ ପାଇବ।

Advertisment

କଟକର ସହରର କାଫଲା ବଜାର, ମହମ୍ମଦିଆ ବଜାର, ନିମସାହି ହରିଜନ ସାହି ମଣ୍ଡପ ଏବଂ ନିମଚୌଡି ମଣ୍ଡପ ତରଫରୁ ନୂଆ ଚାନ୍ଦି ମେଢ଼ ନିର୍ମାଣ କାର୍ଯ୍ୟ ଯୋରସୋରରେ ଆଗେଇ ଚାଲିଛି। ଶେଖ୍ ବଜାରର ଚାନ୍ଦି କାରିଗର ବିଶ୍ୱନାଥ ଦେଙ୍କ କାରଖାନାରେ ଚାଲିଛି ନୂତନ ଚାନ୍ଦି ମେଢ଼ ନିର୍ମାଣ।.. ସେହିପରି କଟକ କାଫଲା ବଜାର ପୂଜା ମଣ୍ଡପରେ ଆଗରୁ ଜରି ମେଢ଼ରେ ମା ପୂଜା ପାଉଥିବା ବେଳେ ଚଳିତବର୍ଷ ୧ କୁଇଣ୍ଟାଲ ଷାଠିଏ କେଜି ଓଜନର ଚାନ୍ଦି ମେଢ଼ ତିଆରି ଚାଲିଛି।

ଅଧିକ ପଢ଼ନ୍ତୁ: କଟକରେ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି; ଆକର୍ଷଣୀୟ ତୋରଣ ସାଙ୍ଗକୁ ସମସ୍ତ ଦିଗ ଉପରେ ଗୁରୁତ୍ୱ

Advertisment

ମେଢ଼ ନିର୍ମାଣରେ ଦିନ ରାତି ଲାଗିଛନ୍ତି କାରିଗର। ପୂଜା ପାଖେଇ ଆସୁଥିବାରୁ ହାତକୁ ଆଉ ତର ନାହିଁ। ଧାର୍ଯ୍ୟ ସମୟ ଆଗରୁ କାମ ସାରିବାକୁ ପଡ଼ିବ। ତେଣୁ ମେଢରେ ହାତୀ, ମୟୂର, ଝାଲର ଓ ପାନପତ୍ର ଆଦି ଡିଜାଇନ୍ ତିଆରି ଚାଲିଛି। ମହମ୍ମଦିଆ ବଜାର ପକ୍ଷରୁ ପ୍ରାୟ ଦେଢ଼ କୁଇଣ୍ଟାଲ ଓଜନର ଚାନ୍ଦି ମେଢ଼ ନିର୍ମାଣ ହେଉଛି।.. ସେପଟେ କଟକ ନିମସାହି ହରିଜନ ସାହି ପୂଜା ମଣ୍ଡପରେ ୧ କୁଇଣ୍ଟାଲ କୋଡ଼ିଏ କେଜି ଓଜନର ଚାନ୍ଦି ମେଢ଼ରେ ଶୋଭା ପାଇବେ ହରପାର୍ବତୀ।

ଦୁର୍ଗାପୂଜା ପାଇଁ ଭାଇଚାରାର ସହର କଟକର ରହିଛି ସ୍ୱତନ୍ତ୍ର ସ୍ଥାନ। ସହରର ବହୁ ପୂଜା ମଣ୍ଡପରେ ଆକର୍ଷଣୀୟ ସୁନା ଓ ଚାନ୍ଦି ମେଢ଼ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଛୁଟି ଆସିଥାନ୍ତି ଦର୍ଶକ। ଏବେ ଅପେକ୍ଷା ମାଆଙ୍କ ଆଗମନକୁ। 

Advertisment
Dussehra Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ