Crowd of people to exchange notes
ସାଢ଼େ ଚାରିମାସରେ ବି ବଦଳିଲାନି ନୋଟ୍ । ଗତ ମେ ୧୯ ତାରିଖରେ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳି କରିବା ପାଇଁ ଆରବିଆଇ ପକ୍ଷରୁ ଘୋଷଣା କରାଗଲା । ଶେଷ ତାରିଖ ସେପଟେମ୍ବର ୩୦ ରଖା ଯାଇଥିଲା । ପରେ ପରେ ପୁଣି ତାରିଖ ବଢ଼ା ଯାଇ ଶେଷ ତାରିଖ ଅକ୍ଟୋବର ୭ ରଖାଗଲା । ତଥାପି ଲୋକେ ନୋଟ ବଦଳାଇ ପାରିଲେନି ।
ପାଖାପାଖି ସାଢେ ୪ ମାସ ଧରି ନୋଟ ବଦଳାଇବା ସେକ୍ସନ ଫାଙ୍କା ପଡ଼ୁଥିଲା । ଅଳ୍ପ କିଛି ଲୋକ ଆସୁଥିଲେ, ଆଉ ନୋଟ ବଦଳାଇ ଯାଉଥିଲେ । କିନ୍ତୁ ଗତ ଦୁଇ ଦିନ ଧରି ଭୁବନେଶ୍ବର ଆରବିଆଇରେ ନୋଟ ବଦଳାଇବାକୁ ଲମ୍ବା ଲାଇନ । ତେବେ ହଠାତ୍ ଏଭଳି ଭିଡ଼ର କାରଣ କଣ କେହି ଜାଣି ପାରୁ ନାହାନ୍ତି । ୧୦ ଟି ୨ହଜାର ଟଙ୍କିଆ ନୋଟ୍ ବଦଳେଇ ଦେଲେ ମିଳୁଛି କାଳେ ୩ ଶହ ଟଙ୍କା ମଜୁରି ।
ଆଜି RBI ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ନୋଟ ବଦଳ ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା କିଛି ଲୋକ ଏପରି ସୂଚନା ଦେଇଛନ୍ତି । RBI ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି, ୨ ହଜାର ଟଙ୍କିଆ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି । ବର୍ତ୍ତମାନ ପ୍ରତିଦିନ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି ।
ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଜମା ହେଉଛି । ଗତକାଲି ମଧ୍ୟ ୨ହଜାର ଟଙ୍କିଆ ନୋଟ୍ ବଦଳ କରିବା ପାଇଁ ଲମ୍ବା ଲାଇନ୍ ଲାଗିଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି, ବାହାର ରାଜ୍ୟରୁ ମଧ୍ୟ ଲୋକେ ଆସି ନୋଟ ବଦଳାଉଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698738773.jpg)