ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ, ବିନା ହିଂସାରେ ସାଂଘାତିକ ପ୍ରତିଶୋଧ ନେଲା ସ୍ୱାମୀ...

ନିରଜ ଏବଂ ତାଙ୍କ ପତ୍ନୀ ରୁବି ଦେବୀ ୨୦୦୯ ମସିହାରେ ବିବାହ କରିଥିଲେ । ଉଭୟଙ୍କ ୪ଟି ସନ୍ତାନ ମଧ୍ୟ ରହିଛି ।

Love Story

ଯଦି କାହାର ପତ୍ନୀ ନିଜ ପ୍ରେମିକ ସହ ଫେରାର ହୋଇଯିବ, ତେବେ ସେହି ବ୍ୟକ୍ତି ଜଣକ କ’ଣ କରିବ ? ସାଧାରଣ ଭାବେ ଆପଣ କହିପାରିବେ ଯେ, ସେହି ପତ୍ନୀଙ୍କୁ ଭୁଲି ବ୍ୟକ୍ତି ଜଣକ ଆଗକୁ ବଢ଼ିବା ଉଚିତ୍ । ସେହି ପତ୍ନୀଙ୍କୁ ଆଉ ଗୁରୁତ୍ୱ ଦେବା ଉଚିତ୍ ନୁହେଁ । କିମ୍ବା ଆପଣ କହିପାରିବେ ଯେ, ବ୍ୟକ୍ତି ଜଣକ ଥାନାରେ ଏତଲା ଦେବା ସହ ପ୍ରତିଶୋଧ ପରାୟଣ ହୋଇ ଉଭୟଙ୍କର କ୍ଷତି କରିବାକୁ ଚାହିଁବେ ।

ଠିକ୍‌ ଏମିତି କିଛି ଘଟଣା ଆମ ସାମ୍ନାକୁ ଆସିଛି । ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ଏଠି ଜଣେ ବ୍ୟକ୍ତିଙ୍କ ସହ ଠିକ୍‌ ସେମିତି ଘଟିଛି । ତାଙ୍କ ପତ୍ନୀ ନିଜ ପ୍ରେମିକ ସହ ଫେରାର ହୋଇଛନ୍ତି । ଆଉ ସେହି ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ଏମିତି କିଛି କରିଛନ୍ତି ଯାହା ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବେ ।

ଅଧିକ ପଢ଼ନ୍ତୁ: ପ୍ରେମିକ ମାୟାରେ ମତୁଆଲା ମା’… ପୁଅକୁ ମାରି ଫେରାର୍

ତେବେ ସେହି ବ୍ୟକ୍ତି ଜଣକ ହେଉଛନ୍ତି ବିହାର ଖଗରିଆ ଜିଲ୍ଲା ଚୌଥାମ୍ ବ୍ଲକ ହରିଦ୍ୟା ଗାଁର ନିରଜ । ସେ ବାସ୍ତବରେ ଏକଦମ୍‌ ଅସହାୟ ହୋଇପଡ଼ିଲେ, ଯେତେବେଳେ ୧୦ ବର୍ଷ ଧରି ତାଙ୍କ ସାଥିରେ ରହି ଆସୁଥିବା ପତ୍ନୀ ଅନ୍ୟ ଜଣେ ଯୁବକ ସହ ଫେରାର ହୋଇଗଲେ । 

ନିରଜ ଏବଂ ତାଙ୍କ ପତ୍ନୀ ରୁବି ଦେବୀ ୨୦୦୯ ମସିହାରେ ବିବାହ କରିଥିଲେ । ଉଭୟଙ୍କ ୪ଟି ସନ୍ତାନ ମଧ୍ୟ ରହିଛି । ନିରଜ କିଛି ଦିନ ପରେ ଜାଣିବାକୁ ପାଇଲେ ଯେ, ତାଙ୍କ ପତ୍ନୀ ଅନ୍ୟ ଜଣେ ଯୁବକ ସହ ପ୍ରେମ ସମ୍ପର୍କରେ ରହିଛନ୍ତି । ଯାହାଙ୍କ ନା ମୁକେଶ । ସେ ପାଶରାହ ଗାଁର ବାସିନ୍ଦା । ନିରଜଙ୍କୁ ବିବାହ କରିବା ପୂର୍ବରୁ ପାଶରାହ ଗାଁରେ ରହୁଥିଲେ ରୁବି । ସେତେବେଳୁ ମୁକେଶଙ୍କ ସହ ରୁବିଙ୍କର ସମ୍ପର୍କ ରହିଛି । ଏମିତିକି ନିରଜଙ୍କୁ ବିବାହ କରିବା ପରେ ମଧ୍ୟ ମୁକେଶ ସହ ରୁବିଙ୍କର ସମ୍ପର୍କ ଥିଲା ।

ତେବେ ଏଠାରେ ମୁକେଶ ମଧ୍ୟ ବିବାହିତ । ସେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ଆଉ ତାଙ୍କ ନାଁ ମଧ୍ୟ ରୁବି । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ଗତ ଫେବ୍ରୁଆରୀ ୨୦୨୩ରେ ମୁକେଶ ନିଜ ସନ୍ତାନଙ୍କ ସହ, ନିରଜଙ୍କ ପତ୍ନୀ ରୁବିଙ୍କୁ ଧରି ଗାଁ ଛାଡ଼ି ଫେରାର ହୋଇଯାଇଛନ୍ତି ।

ଯେତେବେଳେ ନିରଜ ଏନେଇ ଖବର ପାଇଲେ, ସେ ଥାନାର ଦ୍ୱାରସ୍ଥ ହେଲେ । ମୁକେଶଙ୍କ ବିରୋଧରେ ପାଶରାହ ଥାନାରେ ପତ୍ନୀ ରୁବିଙ୍କୁ ଅପହରଣ କରିଥିବା ଅଭିଯୋଗ କଲେ । ଏହାସହ ଏହି ଘଟଣାରେ ଗାଁରେ ପଞ୍ଚାୟତ ଦ୍ୱାରା ଯାହା ଫୈସଲା ହେବ ସେଥିରେ ମଧ୍ୟ ରାଜି ଥିଲେ ନିରଜ । କିନ୍ତୁ ମୁକେଶ ଏଥିରେ ରାଜି ନଥିଲେ ।

ତେବେ ଅନେକ ବାଦ ବିବାଦ ପରେ ବି ଏହି ଘଟଣାର କୌଣସି ସମାଧାନ ବାହାରିଲା ନାହିଁ । ଶେଷରେ ନିରଜ ପ୍ରତିଶୋଧ ନେବାକୁ ସ୍ଥିର କଲେ । ସେ ମୁକେଶଙ୍କ ପତ୍ନୀ ସହ ବନ୍ଧୁ ବାନ୍ଧିଲେ । ଖାଲି ସେତିକି ନୁହେଁ ତାଙ୍କ ସହ ପ୍ରେମ ସମ୍ପର୍କ ବି ଯୋଡ଼ିଲେ । ପରେ ତାଙ୍କୁ ବିବାହ ମଧ୍ୟ କଲେ । ଗତ ଫେବ୍ରୁଆରୀ ୧୮ରେ ଏକ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା । ଗୋଟିଏ ପଟେ ମୁକେଶ ଯାହା କଲେ ତାକୁ କୌଣସି ପରିବାର ସ୍ୱୀକାର କରିନଥିବା ବେଳେ ଏପଟେ ନିରଜ ଏବଂ ରୁବିଙ୍କ ସମ୍ପର୍କକୁ ସମସ୍ତେ ସହମତି ଜଣାଇଲେ ।