Advertisment

ପୋଲିସ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ିହେବାକୁ କମିଶନରଙ୍କ ଆହ୍ୱାନ, ଜାରି କଲେ ନମ୍ବର

ସିସିଟିଭି ଗୁଡ଼ିକର ଲିଙ୍କ୍‌କୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର ।

ଅଦ୍ୟତନ ହୋଇଛି
Police Control Room, Bhubaneswar

Police Control Room, Bhubaneswar

Advertisment

ରାଜଧାନୀକୁ ଅଧିକ ସୁରକ୍ଷିତ କରିବାକୁ ସିସିଟିଭି ସର୍ଭେଲାନ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅପରାଧ ନିୟନ୍ତ୍ରଣ ଓ ଅପରାଧକୁ ରୋକିବାରେ ସିସିଟିଭି ସହାୟକ ହୋଇଥାଏ । ଏଥିଲାଗି ରାଜଧାନୀ ଭୁବନେଶ୍ୱରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ସୁନା ଦୋକାନ, ବ୍ୟାଙ୍କ, ମଲ ଓ ହାଉସିଂ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଗୁଡ଼ିକର ଲିଙ୍କ୍‌କୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର ।

Advertisment

ସିସିଟିଭି ସହ ସଂଯୋଗ ହୋଇଥିବା ଆଇପି ଆଡ୍ରେସକୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ସହଯୋଗ ଲୋଡିଛନ୍ତି କମିଶନର। ବିଶେଷକରି ଏହି ସବୁ ପ୍ରତିଷ୍ଠାନ ଲଗାଇଥିବା ସିସିଟିଭି ମଧ୍ୟରୁ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ମୁହଁ କରି ଲଗାଇବାକୁ କହିଛନ୍ତି ପୋଲିସ କମିଶନର । ଏହି ସମସ୍ତ କ୍ୟାମେରାରେ କଏଦ ଭିଡିଓ ପୋଲିସ ପକ୍ଷରୁ ଗୁପ୍ତ ରଖାଯିବ ।

୨୦୨୨ରେ ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରରେ ଅନେକ ପ୍ରତିଷ୍ଠାନ ପୋଲିସ କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଛନ୍ତି । ଏହି ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନ ସେମାନଙ୍କ ସିସିଟିଭି ଲିଙ୍କ୍ ଆଇପି ଆଡ୍ରେସ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ସହଯୋଗ ଲୋଡିଛନ୍ତି ପୋଲିସ କମିଶନର । ଏଥିପାଇଁ ସବୁ ପ୍ରତିଷ୍ଠାନ ସ୍ଥାନୀୟ ପୋଲିସ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ । ଏଥିଲାଗି ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଫୋନ୍‌ ନମ୍ବରଟି ହେଲା 94392 24441 । ଏହି ନମ୍ବର ଜରିଆରେ ସମସ୍ତେ ଯୋଗାଯୋଗ କରି ଏ ବିଷୟରେ ସବିଶେଷ ସୂଚନା ପାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ