/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675058587.jpg)
Colourful cauliflowers
ବାଡ଼ିରେ ଫଳିଛି ହଳଦିଆ ରଙ୍ଗର ଫୁଲ କୋବି । ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କିନ୍ତୁ ଏବେ ହଳଦିଆ ରଙ୍ଗର କୋବି ମଧ୍ୟ ବଜାରରେ ଉପଲବ୍ଧ । ରୂପ ଯେମିତି ସ୍ୱାଦ ବି ସେମିତି । ଏପରି ଫୁଲ କୋବି ଦେଖିଲେ ଆପଣ ବି ହାତରେ ଥରେ ତୋଳି ଧରିବାକୁ ଚାହିଁବେ । କେବଳ ସେତିକି ନୁହେଁ ଘରକୁ ନେଇ ରୋଷେଇ କରି ସୁଆଦିଆ ଭଜା ଅବା ତରକାରୀ ନଚେତ ଛଣା, ଚିଲ୍ଲୀ ଆଇଟମ କରି ଭୁରି ଭୋଜନର ଆନନ୍ଦ ନେବେ ।
ହଳଦିଆ ରଙ୍ଗର ଫୁଲ କୋବି ଦେଖିଲେ ଲାଗୁଛି, ସତେ ଯେମିତି କେହି ଜଣେ ହଳଦି ବୋଳି ଦେଇଛି । ବାରିପଦା ରେ ଉତ୍ପାଦିତ ହେଉଛି ଏପରି ଫୁଲ କୋବି, ଯାହା ଗ୍ରାହକଙ୍କ ଚାହିଦା ମେଣ୍ଟାଉଛି ଚାଷୀ ବି ଭଲ ଦି ପଇସା ପାଉଛି .... । ତେବେ ଏଥିରେ କୌଣସି ପ୍ରକାର କୁତ୍ରିମ ରଙ୍ଗର ଉପଯୋଗ ହୋଇନାହିଁ । ଏହା ଏବେ ବଜାରରେ ମିଳୁଥିବା ନୂତନ ବ୍ରିଡର ଫୁଲକୋବି ।
ଅଧିକ ପଢ଼ନ୍ତୁ: ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା, ଚାଷୀ ଉତ୍ତମ ସାହୁଙ୍କ ଭିନ୍ନ ପ୍ରୟାସ
ପ୍ରଥମେ ଏହାର ରଙ୍ଗକୁ ନେଇ ଦ୍ୱନ୍ଦରେ ଥିଲେ ଗ୍ରାହକ ଏବେ କିନ୍ତୁ ସେ ସ୍ଥିତି ନାହିଁ । ବାରିପଦା ସମେତ ଆଖପାଖ ଅଞ୍ଚଳରେ ଏହାର ଚାହିଁକି କାହିଁରେ କେତେ । କିଲୋ ନୁହେଁ ଗୋଟା ଫୁଲ କୋବି ପିଛା ଦର ୨୫ରୁ ୩୦ ଟଙ୍କା ରହିଛି.. ।
ପରୀକ୍ଷା ମୂଳକ ଭାବେ ଚାଷ କରୁଥିବା ହଳଦିଆ ପୁଲକୋବିର ଚାହିଦାକୁ ଦେଖି ଅନ୍ୟ ଚାଷୀମାନେ ମଧ୍ୟ ଏଭଳି ରଂଗୀନ ଫୁଲକୋବି ଚାଷ ପ୍ରତି ମନ ବଳାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)