Advertisment

ରହସ୍ୟମୟ ଭୂତକୋଠି ! ରାତି ତ ରାତି ଦିନରେ ବି ଶୁଭେ ବିକଟାଳ ଶବ୍ଦ...

ଚୌଦ୍ୱାରରେ ରହିଛି ରହସ୍ୟମୟ ଭୂତକୋଠି। ରାତି କଥା ଛାଡ଼ନ୍ତୁ ଦିନରେ ବି ଏହି ସ୍ଥାନକୁ ଆସିବାକୁ ଲୋକମାନେ ଭୟ କରନ୍ତି।

ଅଦ୍ୟତନ ହୋଇଛି
Choudwar Famous Ghost House

Choudwar famous Ghost house

Advertisment

କଟକ ଜିଲ୍ଲା ଚୌଦ୍ୱାରରେ ରହିଛି ରହସ୍ୟମୟ ଭୂତକୋଠି। ରାତି କଥା ଛାଡ଼ନ୍ତୁ ଦିନରେ ବି ଏହି ସ୍ଥାନକୁ ଆସିବାକୁ ଲୋକମାନେ ଭୟଭୀତ କରନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ତ ରାତି ଦିନରେ ବି ଅଶରୀରିମାନଙ୍କ ବିକଟାଳ ଶବ୍ଦ ଏଠାରେ ଶୁଣିବାକୁ ମିଳେ। ସେଥିଲାଗି କୋଠି ନିକଟକୁ କେହି ବି ଯିବାକୁ ସାହସ କରନ୍ତି ନାହିଁ। ଚୌଦ୍ୱାର ପୌରପାଳିକାର ବାଣୀପଦ ପଞ୍ଚାୟତର ନିଛାଟିଆ ସ୍ଥାନରେ ରହିଛି ଏହି କୋଠି।

Advertisment

ଅଧିକ ପଢ଼ନ୍ତୁ: ବ୍ରିଟିଶ୍ ଅମଳର ଡାକବଙ୍ଗଳା ଏବେ ଭୂତଙ୍କ ଚରାଭୂଇଁ : ଭିତରୁ ଆସୁଛି ‍‍ଭୟଙ୍କର ଶବ୍ଦ !

କୋଠିଟି ପରିତକ୍ତ ଅବସ୍ଥାରେ ସେମିତି ପଡ଼ିରହିଥିବା ବେଳେ ଏହାର ଇତିହାସ କେହିବି ସଠିକ୍‌ ଭାବେ ଜାଣି ନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଘର ସାମ୍ନାରେ ଯଦି କେହି ଯାଆନ୍ତି ତାଙ୍କୁ କୁଆଡ଼େ ଅଶରୀରିମାନଙ୍କ ବିକଟାଳ ଶବ୍ଦ ଶୁଣିବାକୁ ମିଳେ। ଶୁଣିବାକୁ ମିଳେ, ଜଣେ ମୁସଲିମ୍ ଜମିଦାରଙ୍କ ଏହି ଘର ଥିଲା। ଯେତେବେଳେ ସେ ବୁଲିବାକୁ ଆସୁଥିଲେ ଏଠାରେ ରହୁଥିଲେ। ଏଠାରେ ତାଙ୍କର ଜମିବାଡ଼ି ମଧ୍ୟ ଥିଲା।

Advertisment

( ଓଟିଭି କୌଣସି ଭୂତପ୍ରେତ କିମ୍ବା ଅନ୍ଧବିଶ୍ୱାସକୁ ପ୍ରଚାର କରେନାହିଁ। କେବଳ ଖବର ପ୍ରସାରଣ ପାଇଁ ଏହା  ଉଦ୍ଧିଷ୍ଟ )

Ghost
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ