Advertisment

ପୁଣି ଛତିଶଗଡ଼ର ମନମାନି ! ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ୬୪ ଗେଟ୍

ପ୍ରବଳ ବର୍ଷା ଯୋଗୁଁ ସବୁ ଗେଟ୍ ଖୋଲିଦେଲା ଛତିଶଗଡ଼ । କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧.୧୮ ଲକ୍ଷ କ୍ୟୁସେକ୍ ।

Kalma Barrage

Kalma Barrage

Advertisment

ପୁଣି ଛତିଶଗଡ଼ର ମନମାନି। ପ୍ରବଳ ବର୍ଷା ଯୋଗୁଁ କଲମା ବ୍ୟାରେଜର ସବୁତକ ଗେଟ୍ ଖୋଲିଦେଇଛି ଛତିଶଗଡ଼ । ସମସ୍ତ ୬୪ ଗେଟ୍ ଖୋଲିଦେଇଛି। ଫଳରେ ହଠାତ୍ ବଢିପାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସକାଳ ୯ଟା ସୁଦ୍ଧା ହୀରାକୁଦକୁ ୭୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୫୦ ଫୁଟ୍ ରହିଛି ।

Advertisment

କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ପାଣି । ତେବେ ହୀରାକୁଦ ଜଳସ୍ତର ବହୁତ ତଳେ ଥିବାରୁ ଆମେ ଅଧିକ ଜଳ ଚାହୁଁଛୁ। ଯଦି ସାମ୍ଭାବ୍ୟ ବନ୍ୟା ହୁଏ, ତେବେ ମୁକାବିଲା ଲାଗି ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

ପ୍ରତିବର୍ଷ ମୌସୁମୀ ସମୟରେ ଛତିଶଗଡ଼ ମନମାନି କରିଥାଏ। ଅଣ ମୌସୁମୀ ସମୟରେ କଲମା ବ୍ୟାରେଜର ସବୁ ଗେଟ୍‌ ବନ୍ଦ କରିଦିଏ। ମୌସୁମୀ ସମୟରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ କଲମା ବ୍ୟାରେଜ ସବୁ ଗେଟ୍ ଖୋଲି ଦିଏ। କିନ୍ତୁ ଏଥର ଅଣ ମୌସୁମୀ ସମୟରେ କଲମା ବ୍ୟାରେଜ କିଛି ଗେଟ୍‌ ଖୋଲି ଦେଇଥିଲା। ମହାନଦୀ ଟ୍ରିବ୍ୟୁନାଲ ଟିମର ଯାଞ୍ଚ ବେଳେ ଚାଲାକି ଦେଖାଇ କିଛି ଗେଟ୍ ଖୋଲି ଦେଇଥିଲା। ପରବର୍ତ୍ତୀ ସମୟରେ ତାକୁ ବନ୍ଦ କରିଦେଇଥିଲା।

Advertisment

ଏବେ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଛତିଶଗଡ଼ କଲମା ବ୍ୟାରେଜର ୬୪ଟି ଗେଟ୍‌ ଖୋଲି ଦେଇଛି। କଲମା ବ୍ୟାରେଜରୁ ୧ ଲକ୍ଷ ୧୮ ହଜାର କ୍ୟୁସେକ ପାଣି ନିଷ୍କାସନ ହେଉଛି। ବନ୍ୟା ସ୍ଥିତ ନ ଥିବା ବେଳେ ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ଧୀରେ ଧୀରେ ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ