Advertisment

ନିଦରେ ଶୋଇବା ଆଗରୁ ଜହ୍ନରେ ଡେଇଁଲା ଲ୍ୟାଣ୍ଡର ବିକ୍ରମ

ଦେହରେ ଖରା ପଡ଼ିଲେ ନିଦରୁ ଉଠିବେ ବୋଲି ଆଶା ରହିଛି। ୨୨ ତାରିଖ ପରେ ନିଦରୁ ଉଠିବା ପାଇଁ ଇସ୍ରୋର କମାଣ୍ଡ ଶୁଣିବାକୁ କେବଳ ରିସିଭର୍ ଅନ୍ ଅଛି।

ଅଦ୍ୟତନ ହୋଇଛି
undefined

Chandrayaan- Vikram

Advertisment

ନିଦରେ ଶୋଇବା ଆଗରୁ ଜହ୍ନରେ ଡେଇଁଲା ଚନ୍ଦ୍ରପୃଷ୍ଠକୁ ଯାଇଥିବା ଲ୍ୟାଣ୍ଡର ବିକ୍ରମ। ସଫଳ ହେଲା ଲ୍ୟାଣ୍ଡରର 'ହପ୍ ଏକ୍ସପେରିମେଣ୍ଟ'। ଚନ୍ଦ୍ରପୃଷ୍ଠରେ ଦୁଇ ଦୁଇ ଥର ସଫ୍ଟ ଲ୍ୟାଣ୍ଡିଂ ପରେ ଜହ୍ନକୁ ଭାରତରୁ ମଣିଷ ପଠାଇବା ଆଶା ଜାଗିଉଠିଛି । ଅଗଷ୍ଟ ୨୩ରେ ପଏଣ୍ଟ ଶିବଶକ୍ତିରେ ସଫ୍ଟ ଲ୍ୟାଣ୍ଡ୍ କରି ସ୍ଥିର ଭାବରେ ବସି ରହିଥିବା ଲ୍ୟାଣ୍ଡର୍ ବିକ୍ରମ, ପୁଣି ଉପରକୁ ଉଡ଼ିଥିଲା ।

Advertisment

ଇସ୍ରୋ କମାଣ୍ଡ୍ ଦେବା ପରେ ଏହାର ଥ୍ରଷ୍ଟର ଇଞ୍ଜିନ୍ ସକ୍ରିୟ ହୋଇଥିଲା । ଲ୍ୟାଣ୍ଡର୍ ଭୂଇଁରୁ ପ୍ରାୟ ୪୦ ସେଣ୍ଟିମିଟର ଉପରକୁ ଉଠି, ୩୦ରୁ ୪୦ ସେଣ୍ଟିମିଟର ଦୂରରେ ଯାଇ ପୁଣି ସୁରକ୍ଷିତ ଭାବେ ବସିଥିଲା। ଏହି ହପ୍ ଏକ୍ସପେରିମେଣ୍ଟ ବେଳେ ଇଞ୍ଜିନ ଚାଲୁ ହେବାରୁ ଚନ୍ଦ୍ରପୃଷ୍ଠରେ କିପରି ଧୂଳି ଉଡ଼ିଥିଲା, ତାର ଦୃଶ୍ୟ କଏଦ କରିଛି ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା। ହପ୍ ଏକ୍ସପେରିମେଣ୍ଟ ପୂର୍ବ ଓ ପରର ପ୍ରକୃତ ଫଟୋ ବି ସୋସିଆଲ ମିଡିଆରେ ଛାଡ଼ିଛି ଇସ୍ରୋ। ତେବେ ଚନ୍ଦ୍ରରେ ରାତି ହେବାକୁ ଯାଉଥିବାରୁ, ବିକ୍ରମକୁ ନିଦରେ ଶୁଆଇବା ଆଗରୁ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷଣ କରାଯାଇଛି।

ଜହ୍ନ ରାଇଜରେ ପରସ୍ପରଠୁ ପ୍ରାୟ ୧୦୦ରୁ ୧୨୦ ମିଟର ଦୂରରେ ଶୋଇଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ଦେହରେ ଖରା ପଡ଼ିଲେ ନିଦରୁ ଉଠିବେ ବୋଲି ଆଶା ରହିଛି। ୨୨ ତାରିଖ ପରେ ନିଦରୁ ଉଠିବା ପାଇଁ ଇସ୍ରୋର କମାଣ୍ଡ ଶୁଣିବାକୁ କେବଳ ରିସିଭର୍ ଅନ୍ ଅଛି।

Advertisment

ISRO Chandrayaan-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ