ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ୍। ଆଜି ପୁଣି ଥରେ ଅଲ୍ ଓଡିଶା ଘରୋଇ ବସ୍ ମାଲିକ ସଂଘ ଏଭଳି ଚେତାବନୀ ଶୁଣାଇଛି। ଗତ ୨୭ ତାରିଖ ବୈଠକରେ ବି ବସ୍ ସେବା ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ରାଜ୍ୟ ସରକାର ଆଲୋଚନାକୁ ଡାକିଲେ ନାହିଁ କି କୌଣସି ଦାବି ସରକାର ମାନିଲେ ନାହିଁ। ତେଣୁ ବସ୍ ଚଳାଚଳ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ୍ ସହ ଘରୋଇ ବସ ବନ୍ଦ ରଖାଯିବ ବୋଲି କହିଛି ସଂଘ।
Also Read
‘ଲକ୍ଷ୍ମୀ’ ଯୋଜନାରେ ଚାଲିବାକୁ ଥିବା ରୁଟରେ ଘରୋଇ ବସ୍ ଗୁଡିକୁ ସବସିଡି ଦେବାକୁ ସଂଘ ଦାବି କରିଛି। ସରକାର ରାଜି ହେଲେ, ଆମ ବସ୍ଗୁଡିକୁ ଲକ୍ଷ୍ମୀ ଯୋଜନା ଅନୁଯାୟୀ ସଜାଇ ଦେବୁ ବୋଲି କହିଛି ସଂଘ। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।