ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯାଉଛି । ଧର୍ମଘଟ ନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ହେବା ପରେ ଏନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସ୍ ବନ୍ଦ ରିବ ବୋଲି ପ୍ରଥମେ କୁହାଯାଇଛି । ସେହିଦିନ ମାଲକାନଗିରିରୁ ଲକ୍ଷ୍ମୀ ଆରମ୍ଭ ହେଉଥିବାରୁ ବସ୍ ବନ୍ଦ ଡାକରା ଦେଇଛି ସଂଘ ।