Advertisment

ପୌରାଞ୍ଚଳରେ ବୁଲିଲା ବୁଲଡୋଜର, ଜୋରଦାର ହେଲା ଜବର ଦଖଲ ଉଚ୍ଛେଦ

ସରକାରୀ ଜମିରେ ଥିବା ଘର ଭାଙ୍ଗିଲା ପ୍ରଶାସନ ।

undefined

Eviction In Khurdha

Advertisment

ଖୋର୍ଦ୍ଧା ପୌରାଞ୍ଚଳରେ ବୁଲିଲା ବୁଲଡୋଜର। ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ ଅଭିଯାନ। କିଛି ଦିନର ବ୍ୟବଧାନ ପରେ ଖୋର୍ଦ୍ଧା ସହରରେ ଜବର ଦଖଲ ଉଚ୍ଛେଦ ଅଭିଯାନ ଜୋରଦାର ହୋଇଛି। ଖୋର୍ଦ୍ଧା ସହରର ଟିଏଲସି ରାସ୍ତା ପାର୍ଶ୍ୱର ସରକାରୀ ଜାଗା ଉପରେ ଜବର ଦଖଲ କରାଯାଇ ନିର୍ମାଣ ହୋଇଥିବା ଘରଗୁଡିକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୌରପରିଷଦ ଭାଙ୍ଗିବା ଆରମ୍ଭ କରିଛି।

Advertisment

ସରକାରୀ ଜମି ଉପରେ ଅନେକ ଲୋକେ ଘର ନିର୍ମାଣ କରିଥିବା ବେଳେ ଆଉ କେତେକ ପାଚେରୀ ବୁଲାଇଥିଲେ। ସରକାରଙ୍କ ବିଭିନ୍ନ ପ୍ରକଳ୍ପର ନିର୍ମାଣ ତଥା ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଭେଣ୍ଡିଂ ଜୋନ ପାଇଁ ଜାଗାର ଆବଶ୍ୟକ ଥିବାରୁ ଏସବୁ ଉଛେଦ କରାଯାଉଥିବା ପୌର ପ୍ରଶାସନ କହିଛି।

Advertisment

ସେପଟେ ଖୁବ୍‌ଶୀଘ୍ର ସାକାର ହେବ ପୁରୀବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ। ମାଟିଆପଡ଼ା ଠାରେ ଦ୍ରୁତ ଗତିରେ ଚାଲିଛି ରେଳ ଓଭରବ୍ରିଜ୍ କାମ। ଏଥିପାଇଁ ଜମି ଅଧିଗ୍ରହଣ ପ୍ରାୟ ଶେଷ ହୋଇଗଲାଣି। ଡ୍ରେନ୍ କାମ ଓ ବିଦୁ୍ତ ଖୁଣ୍ଟ ଉଠିବା ପରେ ବ୍ରିଜ କାମ ଆରମ୍ଭ ହୋଇଯିବ। ଓଭର ବ୍ରିଜ କାମ ଆଗାମୀ ଅପ୍ରେଲ ୨୦୨୫ସୁଦ୍ଧା ଶେଷ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଭର ବ୍ରିଜ୍ ନିର୍ମାଣ ହେଲେ ଦୀର୍ଘ ବର୍ଷର ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। 

ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ପୁରୀର ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ଥିଲା। ମାଟିଆପଡ଼ା ଠାରେ ଟ୍ରେନ୍ ଲାଇନ ଗେଟ୍ ପଡିବା ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ସାଧାରଣ ଲୋକେ ଏବଂ ରୋଗୀମାନେ ଏ ରାସ୍ତା ଦେଇ ଯିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

Advertisment
Eviction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ