Advertisment

Bajau Tribe: ପାଣିରେ ଜନ୍ମ ପାଣିରେ ମୃତ୍ୟୁ, ଏକ ବିଚିତ୍ର ଜନଜାତିର ଜୀବନ କାହାଣୀ

ଜୀବନର ଅଧିକାଂଶ ସମୟ ସେମାନଙ୍କର ପାଣିରେ ବିତେ । ବହୁତ କମ ସେମାନେ ସ୍ଥଳଭାଗକୁ ଆସନ୍ତି । ସମୁଦ୍ର ଉପରେ କେବଳ ସେମାନେ ନିର୍ଭର ନୁହଁନ୍ତି ଏହା ତାଙ୍କର ପରିଚୟ ମଧ୍ୟ ।

ଅଦ୍ୟତନ ହୋଇଛି
Bajau Tribe

Bajau Tribe

Advertisment

ପାଣିରେ ଜନ୍ମ, ପାଣିରେ ବଞ୍ଚନ୍ତି ଆଉ ଶେଷରେ ପାଣିରେ ମୃତ୍ୟୁ ହୁଏ। ଏମାନେ ମାଟିରେ ପାଦ ଦେବାକୁ ଡରନ୍ତି। ଦୁନିଆରେ ଅନେକ ଜନଜାତିର ଲୋକ ବାସ କରନ୍ତି, ଯେଉଁମାନେ ଆଜି ମଧ୍ୟ ଆଧୁନିକ ସଭ୍ୟତାଠାରୁ ବହୁ ଦୂରରେ। ଏଭଳି ଏକ ଜନଜାତି ହେଉଛି 'ବଜାଉ'। ଇଣ୍ଡୋନେସିଆ, ମାଲେସିଆ ଓ ଫିଲିଫାଇନ୍ସର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଏହି ଜନଜାତିର ଜୀବନଶୈଳୀ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଜୀବନର ଅଧିକାଂଶ ସମୟ ଏମାନଙ୍କର ପାଣି ଭିତରେ ବିତେ। ବହୁତ କମ୍ ସମୟ ସେମାନେ ସ୍ଥଳଭାଗକୁ ଆସନ୍ତି। ପାଣି ଭିତରେ ହିଁ ଏମାନଙ୍କର ଶିକାର।

Advertisment

Bajau tribeBajau tribe

ନିଃଶ୍ୱାସ ବନ୍ଦ କରି ପାଣିରେ ରୁହନ୍ତି ୧୩ ମିନିଟ୍

ଶିକାର ଏମାନଙ୍କର ପେସା। ଶିକାର କଲେ ଖାଇବେ। ଯେମିତି ବଣ ଜଙ୍ଗଲରେ ରହୁଥିବା ଅନ୍ୟ ଜନଜାତି ଶିକାର ଓ ଖାଦ୍ୟ ସଂଗ୍ରହ ପାଇଁ ଜଙ୍ଗଲ ଭିତରକୁ ଯାଆନ୍ତି, ଏମାନେ ଯେହେତୁ ତଟବର୍ତ୍ତୀ କିମ୍ବା ପାଣି ଭିତରେ ରୁହନ୍ତି, ତେଣୁ ପାଣି ତଳେ ହିଁ ଏମାନଙ୍କର ଜୀବନ ବିତେ। ସେଥିପାଇଁ ବଜାଉ ଜନଜାତିର ଲୋକମାନେ ସେମାନଙ୍କର ଫ୍ରି ଡାଇଭିଂ ଦକ୍ଷତା ପାଇଁ ବେଶ୍ ଜଣାଶୁଣା। ସେମାନେ ୨୦ରୁ ୩୦ ମିଟର ଗଭୀର ଯାଏ ପହଁରି ପାରନ୍ତି। ଆଉ ପାଣି ଭିତରେ ୧୩ ମିନିଟ୍ ଯାଏ ନିଜର ନିଶ୍ୱାସ ରୋକିପାରନ୍ତି । ମେଡିକାଲ ରିସର୍ଚ୍ଚରୁ ଜଣାପଡିଛି, ବଜାଉ ଜନଜାତିର ଲୋକଙ୍କ ପ୍ଲୀହା ସାଧାରଣ ଲୋକଙ୍କଠାରୁ ୫୦ ପ୍ରତିଶତ ବଡ଼। ଫଳରେ ସେମାନେ ପାଣିରେ ଅଧିକ ଗଭୀର ଓ ଲମ୍ବା ସମୟ ଧରି ବୁଡିପାରନ୍ତି ଓ ପହଁରିପାରନ୍ତି।

Bajau tribeBajau tribe

ସମୁଦ୍ର ଏମାନଙ୍କ ଘର

ଯେହେତୁ ଏମାନେ ପାଣି ଭିତରେ ଘର କରି ରୁହନ୍ତି, ତେଣୁ ବଜାଉ ଜନଜାତିର ଛୋଟ ପିଲାମାନେ କମ୍ ବୟସରୁ ହିଁ ପହଁରିବା ଓ ବୁଡିବା ଶିଖିଯାଆନ୍ତି। ସମୁଦ୍ର ଉପରେ କେବଳ ସେମାନେ ନିର୍ଭରଶୀଳ ନୁହଁନ୍ତି, ଏହା ତାଙ୍କର ପରିଚୟ ମଧ୍ୟ ପାଲଟିଛି। ସେମାନେ ହାତ ତିଆରି କାଠର ଅସ୍ତ୍ରରେ ସମୁଦ୍ରରୁ ମାଛ, ଅକ୍ଟୋପସ ଶିକାର କରନ୍ତି। ପାଣି ଭିତରେ କାଠ ଖୁଣ୍ଟ ପୋତି ତା ଉପରେ ଘର କରି ରୁହନ୍ତି।

Advertisment
Bajau tribeBajau tribe

ମୁଖ୍ୟ ଜୀବିକା ମାଛ ଧରିବା

ବଜାଉ ଜନଜାତିର ଲୋକ କାଠର ଡଙ୍ଗାରେ ରୁହନ୍ତି ଯାହାକୁ ଲେପା ଲେପା କୁହାଯାଏ। ଡଙ୍ଗା ତାଙ୍କର ଘର ଓ ଯିବା ଆସିବାର ମାଧ୍ୟମ ବି। ସେମାନେ ଖାଦ୍ୟ, ଆୟ ଓ ନିଜର ଦୈନଦିନ ଆବଶ୍ୟକତା ପାଇଁ ସମୁଦ୍ର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ସେମାନଙ୍କର ମୁଖ୍ୟ ଜୀବିକା ହେଉଛି ମାଛ ଧରିବା।

Bajau TribeBajau Tribe

ସଙ୍କଟରେ ଜୀବନଶୈଳୀ

ଏବେ ବଜାଉ ଜନଜାତିର କିଛି ଲୋକ ସମୁଦ୍ର କୂଳରେ କାଠରେ ତିଆରି ଘରେ ରହୁଛନ୍ତି । କିନ୍ତୁ ସେମାନେ ଏବେବି ସମୁଦ୍ର ସହ ଜଡିତ ଅଛନ୍ତି। ଏହି ଜନଜାତିର ଜୀବନଶୈଳୀ ଏବେ ସଙ୍କଟରେ। ବଢୁଥିବା ପର୍ଯ୍ୟଟନ ଯୋଗୁଁ ସେମାନେ ମାଛ ଧରୁଥିବା ଅଂଚଳ ପ୍ରଭାବିତ ହେଉଛି। କିଛି ଲୋକ ଡାଇନାମାଇଟ ବ୍ୟବହାର କରି ସମୁଦ୍ରରୁ ମାଛ ମାରୁଛନ୍ତି। ଯାହାକି ସମୁଦ୍ରର ଜୈବ ବିବିଧତାକୁ ନଷ୍ଟ କରୁଛି।

Advertisment
Bajau TribeBajau Tribe

ଏବେବି ଶିକ୍ଷା ଓ ସ୍ୱାସ୍ଥ୍ୟଠୁ ଦୂରରେ

ଏତେ ସବୁ ଚ୍ୟାଲେଞ୍ଜ ଥିବା ସତ୍ତ୍ୱେ ବଜାଉ ଜନଜାତି ନିଜର ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି। ଜନଜାତିର କିଛି ଲୋକ ସେମାନଙ୍କ ଅଧିକାର ନେଇ ସଚେତନତା ସୃଷ୍ଟି କରୁଛନ୍ତି। ଏହା ସହ ଯୁବପିଢୀଙ୍କୁ ପାରମ୍ପରିକ ସହ ଆଧୁନିକତାର ଜ୍ଞାନ ଗ୍ରହଣ କରିବାକୁ ପ୍ରୋତ୍ସାହନ ଦିଆଯାଉଛି। ତେବେ ଏବେବି ଜନଜାତିର ଅନେକ ଲୋକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଚାକିରିଠାରୁ ବହୁ ଦୂରରେ ଅଛନ୍ତି। ସେମାନଙ୍କୁ ସ୍ଥାୟୀ ଭାବେ ମାଟି ଉପରକୁ ଆଣିବାର ସରକାରଙ୍କ ପ୍ରୟାସ ସେମାନଙ୍କର ପରିଚୟ ଓ ଆତ୍ମନିର୍ଭରତା ଉପରେ ସଙ୍କଟ ଆଣିଛି।

Indonesia Philippines Malaysia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ