Advertisment

ମିଳିଲାନି ମହାପ୍ରୟାଣ ଗାଡ଼ି; ୮ କି.ମି କାନ୍ଧରେ ବୁହା ହେଲା ଶବ

ଶବ ନେବାକୁ ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ କାନ୍ଧରେ ମୃତଦେହକୁ ବୋହିନେଲେ ପରିବାର ଲୋକେ।

author-image
Manoranjan Behera
ଅଦ୍ୟତନ ହୋଇଛି
Body carried on shoulders

Body carried on shoulders

ଶବ ନେବାକୁ ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ କାନ୍ଧରେ ମୃତଦେହକୁ ବୋହିନେଲେ ପରିବାର ଲୋକେ। ତା’ପୁଣି ୮ କିଲୋମିଟର ଯାଏଁ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ। ମୃତକ ହେଲେ ସରଧାପୁର ଗାଁର ନରେନ୍ଦ୍ର ମାଝୀଙ୍କ ପତ୍ନୀ।

Advertisment

ଲୋକ ଅଭିଯୋଗ କରିଛନ୍ତି ଯେ, ଅସୁସ୍ଥ ହେବାରୁ ସଂପୃକ୍ତ ମହିଳାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ସକାଳ ପ୍ରାୟ ୯ଟାରେ ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାପରେ ମେଡ଼ିକାଲରେ ମହାପ୍ରୟାଣ ତଥା ଶବ ବାହକ ଗାଡ଼ି ନମିଳିବାରୁ ତାଙ୍କୁ ପରିବାର ଲୋକେ ଏଭଳି ବୋହି ନେଇଥିବା ସୂଚନା ମିଳିଛି। ତା’ପୁଣି ୮ କିଲୋମିଟର ଦୂର ଗାଁକୁ ଏଭଳି କାନ୍ଧରେ ମୃତଦେହକୁ ବୋହି ନେଇଥିବା ଜଣାପଡ଼ିଛି।

ତେବେ ବାସ୍ତବରେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, କାହିଁକି ମିଳିପାରିଲା ନାହିଁ ମହାପ୍ରୟାଣ ଗାଡ଼ି କିମ୍ବା ଆମ୍ବୁଲାନସ ? ସେନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Mahaprayan Failure
Advertisment
Advertisment