କଟକ ବିଜେଡିରେ ଫାଟ ଜଳ ଜଳ ! ମେୟରଙ୍କୁ ତାତ୍ସଲ୍ୟ କଲେ ଦେବାଶିଷ

ସୁବାସ ସିଂହଙ୍କୁ କଟାକ୍ଷ କରି ଦେବାଶିଷ କହିଛନ୍ତି, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ ।

Cuttack BJD

ବିଜେଡିରେ ପୁଣି ସାମ୍ନାକୁ ଆସିଲା କନ୍ଦଳ । ଏଥର ଖୋଦ କଟକ ସହରରେ ଦେଖାଦେଇଛି ଦଳୀୟ କନ୍ଦଳ । ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂ । କଟକ ସିଡିଏ ପେଟାନାଳ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ବିଜେଡି ମଧ୍ୟରେ ଫାଟ, ମତ ଭେଦ ।

ଦେବାଶିଷ ପ୍ରଶ୍ନ କରିଛନ୍ତି, ଆଗରୁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ମେୟର ଓ ସିଏମସି କମିଶନର ପୁଣି ଥରେ କାହିଁକି ନଡ଼ିଆ ବାଡ଼େଇ ଶିଳାନ୍ୟାସ କରିଛନ୍ତି, ତାହା ଜଣାପଡୁନି । ୨୦୨୧ରେ ସେ ଡିପିଆର୍ ପ୍ରସ୍ତୁତ କରାଯାଇଥିଲା ବୋଲି କହିଛନ୍ତି ଦେବାଶିଷ । କଟାକ୍ଷ କରି ସେ କହିଛନ୍ତି, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ ।

ଖାଲି ସେତିକି ନୁହେଁ, ସେ ଆହୁରି କହିଛନ୍ତି ଯେ ଗତକାଲି ସେଠାରେ କେବଳ ବିଜେଡି କର୍ମୀ ଉପସ୍ଥିତ ଥିଲେ । ବିଧାୟକ ମୋକିମଙ୍କୁ ମଧ୍ୟ ଡକାଯାଇନଥିଲା । ତାଙ୍କର ଅଭିଯୋଗକୁ ନେଇ ସୁବାସ ସିଂ କି ସିଏମସି ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନି । ଗତକାଲିର କାର୍ଯ୍ୟକ୍ରମକୁ ସ୍ଥାନୀୟ ନେତାଙ୍କୁ ଡକାଯାଇନଥିବା ଅଭିଯୋଗ କରି ସୁବାସ ସିଂ ଓ କଂଗ୍ରେସର ଗିରିବାଳା ବେହେରାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।